୨୪ ଘଣ୍ଟାରେ ଆଉ ୧୩ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ, ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୬୩କୁ ବୃଦ୍ଧି
 

13 new scrub typhus cases were detected in Odisha's Sundergarh
ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୬୩କୁ ବୃଦ୍ଧି
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଦ୍ରୁତଗତିରେ ବଢିଚାଲିଛି ସ୍କ୍ରବ ଟାଇଫସ୍ ରୋଗୀଙ୍କ ସଂଖ୍ୟା । ଏହା ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ପରିମାଣରେ ଦେଖିବାକୁ ମିଳୁଛି ।ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩ ନୂଆ ସ୍କ୍ରବ୍ ଟାଇଫସ୍‌ ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୬୩କୁ ବୃଦ୍ଧି ପାଇଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଭାବେ ICUରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ରୋଗ ଏକ ନିର୍ଦ୍ଦିଷ୍ଟ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଏଣିକି ଗାଁରୁ ଗଡ଼ିବ ସରକାରୀ ଗାଡ଼ି, ଓଡିଶା ପହଞ୍ଚିଲା ଲାକ୍‌‌ମୀ ବସ୍‌‌ , ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି

Share this story