‘କାନପୁରୱାଲା’ର ଖେଳ ତମାମ: ପୋଲିସ ଏନକାଉଣ୍ଟରରେ ନିହତ, ଗତକାଲି ଗିରଫ ହୋଇଥିବା ବିକାଶ ଦୁବେ…

‘କାନପୁରୱାଲା’ର ଖେଳ ତମାମ: ପୋଲିସ ଏନକାଉଣ୍ଟରରେ ନିହତ, ଗତକାଲି ଗିରଫ ହୋଇଥିବା ବିକାଶ ଦୁବେ…
‘କାନପୁରୱାଲା’ର ଖେଳ ତମାମ: ପୋଲିସ ଏନକାଉଣ୍ଟରରେ ନିହତ, ଗତକାଲି ଗିରଫ ହୋଇଥିବା ବିକାଶ ଦୁବେ…

ଓଡ଼ିଆ ଗସିପ୍ ବ୍ୟୁରୋ: ମରିଗଲା 8ଜଣ ପୋଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ୟୁପିର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ବିକାଶ ପୋଲିସ ଗାଡ଼ିରୁ ଫେରାର ହେବାକୁ ଚେଷ୍ଟା କରୁଥିବା ଏନକାଉଣ୍ଟରରେ ସେ ନିହତ ହୋଇଥିବା ପୋଲିସ କହିଛି ।

ଗତକାଲି ମଧ୍ୟପ୍ରଦେଶ ଉଜ୍ଜୟିନୀ ମହାକାଳ ମନ୍ଦିରରୁ ବିକାଶକୁ ଗିରଫ କରାଯାଇଥିଲା । ଆଉ ଆଜି ତାକୁ ଏନକାଉଣ୍ଟର କରି ମାରିଛି ପୋଲିସ ।

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୋଲିସ ଭ୍ୟାନରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି କିନ୍ତୁ ଏହାକୁ ଅନେକ ଫେକ୍ ଏନକାଉଣ୍ଟର ବୋଲି କହୁଛନ୍ତି ।

ସେପଟେ ଖବର ଲେଖା ହେଲା ବେଳକୁ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ଏହି ଏନକାଉଣ୍ଟର ସମ୍ପର୍ରରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ । ଲକ୍ଷ୍ନୌରେ ପୋଲିସ ବିଭାଗର ସାମ୍ବାଦିକ ସମ୍ମିଳନୀ ପରେ ହିଁ ପ୍ରକୃତ କ୍ରାଇମ ସିନ୍ କଣ ତାହା ସାମ୍ନାକୁ ଆସିବ ।

ସେପଟେ ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଥିବା ଜାଣି ଖୁସି ବ୍ୟକ୍ତ କରିଛନ୍ତି ଜଣେ ପୋଲିସ କର୍ମଚାରୀଙ୍କ ବାପା । ଯାହାକୁ ଆମ୍ବୁସ ଲଗାଇ ହତ୍ୟା କରିଥିଲା ଉତ୍ତର ପ୍ରଦେଶର ଏହି କୁଖ୍ୟାତ ଅପରାଧୀ ଓ ଡନ୍ ବିକାଶ ଦୁବେ ।

ସହିଦ କନେଷ୍ଟବଳ ଜିତେନ୍ଦ୍ର ପାଲ୍ ସିଂଙ୍କ ବାପା ତୀର୍ଥ ପାଲ୍ ସିଂ କହିଛନ୍ତି ‘ମୁଁ ୟୁପି ପୋଲିସ ପାଇଁ ଭାରି ଗର୍ବିତ । ସେମାନେ ଆଜି ଯାହା କରିଛନ୍ତି ମୋ ଆତ୍ମାକୁ ଶାନ୍ତି ମିଳିଛି । ମୁଁ ଉତ୍ତର ପ୍ରଦେଶ ପୋଲିସ ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କୃତଜ୍ଞତା ଜଣାଉଛି ।’

ଏହି ଏନକାଉଣ୍ଟରକୁ ନେଇ ଆପଣ କଣ ଭାବୁଛନ୍ତି ଏହା ସତରେ ପୋଲିସର କାର୍ଯ୍ୟାନୁଷ୍ଠାନ ଫେକ୍ ? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Share this story

World Odia Language Conferene