ମକର ସଂକ୍ରାନ୍ତିରେ ରାଶିଙ୍କ ମଧ୍ୟରେ ହେବ ସୂର୍ଯ୍ୟଙ୍କ ଚଳନ, ଖୋଲିବ ୫ରାଶିଙ୍କ ଭାଗ୍ୟ! ଦୂର ହେବ ଆର୍ଥିକ ସମସ୍ୟା ମିଳିବ ଅଜସ୍ର ଧନ (Surya Gochar 2026)
ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଯାହାର ଫଳ ସେମାନଙ୍କୁ ପ୍ରାପ୍ତ ହୁଏ । ଏହି କ୍ରମରେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଦେବ ଆଜି ଅପରାହ୍ନ ୩ଟା ୧୩ ମିନିଟ୍ ସମୟରେ ମକର ରାଶିକୁ ଚଳନ କରିବେ । ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ ।
ଏହା ଛଡା ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ,ବ୍ୟକ୍ତି ଜୀବନରେ ଅଗ୍ରଗତି କରିବା ସହ କ୍ୟାରିୟରେ ଅଭୂତ ପୂର୍ବ ସଫଳତା ହାସଲ୍ କରିଥାଏ । ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଚଳନ କେଉଁ ରାଶିଙ୍କ ଭାଗ୍ୟ ଉଦୟ କରୁଛି....
ମେଷ ରାଶି: ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ । ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମଙ୍ଗଳ ଏହି ରାଶିର ଶାସକ ହୋଇଥିବାରୁ ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ବାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପ୍ରଂଶସିତ ହେବା ସହ ପ୍ରମୋସନ୍ ମିଳିବ। ଯଦି ଆପଣ ସରକାରୀ ଚାକିରି କରୁଛନ୍ତି । ତେବେ, ପଦୋନ୍ନତି ପାଇବା ସହ ଟ୍ରାନ୍ସଫର ହେବେ । ବ୍ୟବସାୟରେ ଅଟକି ରହିଥିବା ଟଙ୍କା ପାଇବେ । ନିଜ ବ୍ୟବସାୟୀ ପାର୍ଟନରଙ୍କ ସହ ହୋଇଥିବା ବିବାଦର ଅନ୍ତ ଘଟିବ । ନୂଆ ପ୍ରୋଜେକ୍ଟ ଆରମ୍ଭ କରିବେ । ଅବିବାହିତଙ୍କ ବିବାହର ଯୋଗ ଫିଟିଛି । ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ ।
ସିଂହ ରାଶି: ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ । ବିଶେଷକରି,ଏହି ସମୟ ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତି ବେଶ୍ ମଜବୁତ୍ ରହିବ । କର୍ମକ୍ଷେତ୍ରରେ ହୋଇଥିବା ବାଦ-ବିବାଦ ଦୂର ହେବ । ସହକର୍ମୀଙ୍କ ଠାରୁ ପ୍ରତ୍ୟକ କାର୍ଯ୍ୟରେ ସାହାର୍ଯ୍ୟ ସହଯୋଗ ପାଇବେ । ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟ ମଧ୍ୟରେ, ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି ପଇସା ଲାଭ ମିଳିବ । ନିଜ ଶତ୍ରୁ ଙ୍କ ଉପରେ ବିଜୟ ଲାଭ କରିବେ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ । ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇଲେ ମଧ୍ୟ ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ । ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ବିଛା ରାଶି: ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଚଳନ ଏହି ରାଶିପାଇଁ ସୁବର୍ଣ୍ଣ ସମୟ ଆଣିଛି । କର୍ମକ୍ଷେତ୍ରରେ ଅଧା ପଡି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ । ଯେଉଁମାନେ କୌଣସି ଏକ ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଉଁ ଯୋଜନା କରୁଛନ୍ତି । ଏହି ସମୟରେ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ । ଯେଉଁମାନେ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଚେଷ୍ଟା ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ । ନୂଆ ଘର ଓ ଗାଡ଼ି କିଣିବାର ସ୍ବପ୍ନ ସାକାର ହେବ । ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ ସେମାନଙ୍କ ସ୍ବପ୍ନ ସାକାର ହେବ । ନିଜ ପତ୍ନୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ । ପୁରୁଣା ରୋଗରୁ ମୁକ୍ତି ମିଳିବ ।
ଧନୁ ରାଶି: ମକର ସଂକ୍ରାନ୍ତି ଏହି ରାଶିଙ୍କୁ ଧନବାନ୍ କରାଇବ । ବିଶେଷକରି, ଏହି ସମୟ ମଧ୍ୟରେ ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ । ବ୍ୟବସାୟୀମାନେ ବିଦେଶରେ ବାଣିଜ୍ୟ ବ୍ୟବସାୟ କରିବାର ଆଶା ପୂରା ହେବ । ଇଚ୍ଚା କରିଥିବା ଜିନିଷକୁ କ୍ରୟ କରିବେ । ଯେଉଁମାନେ ଦିର୍ଘ ଦିନ ଧରି କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ନିଜ ପରିବାର ସହ ଦୂରଯାତ୍ରା କରିବେ । ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ । ଫ୍ଲାଟ୍ କିମ୍ବା ଜମି କିଣିବାର ସ୍ବପ୍ନ ସାକାର ହେବେ । ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ । ଲଟେରୀରୁ ଲାଭବାନ୍ ହେବେ ।
କୁମ୍ଭ ରାଶି: ମକର ସଂକ୍ରାନ୍ତି ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ । ଆୟର ନୂତନ ଉତ୍ସ ସୃଷ୍ଟି ହେବ । କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବା ସହ ଦରମାରେ ବୃଦ୍ଧି ଘଟିବ । ଠିକା, ରିୟଲ ଇଷ୍ଟେଟ୍ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ଏହି ସମୟରେ ସରକାରଙ୍କ ଠାରୁ ବଡ଼ ପ୍ରୋଜେକ୍ଟ ପାଇବେ । ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ । ଯେଉଁମାନେ, ଅବିବାହିତ ଅଛନ୍ତି,ସେମାନଙ୍କ ବିବାହ ଯୋଗ ଫିଟିବ । ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସାହାର୍ଯ୍ୟ ସହଯୋଗ ମିଳିବ । ପ୍ରେମୀମାନଙ୍କ ଲାଗି ସମୟ ଖାସ୍ ରହିବ । ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ ।
