ଶନିଙ୍କ ଓଲଟା ଚଳନ, ଆର୍ଥିକ ଅବସ୍ଥାରେ ସୁଧାର ଆସିବା ସହ ମାଲେମାଲ୍ ହେବେ ଏହି ୩ ରାଶି
 

Shani Vakri 2024 will have positive impact on these 3 zodiac signs of people
ଏହି ୩ ରାଶିଙ୍କୁ ଧନୀ କରିବେ ଶନି!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଶ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ପ୍ରାୟ ଅଢେଇ ବର୍ଷ ସମୟ ନେଇଥାଆନ୍ତି। ଅର୍ଥାତ୍ ଶନିଦେବଙ୍କ ରାଶି ଚକ୍ର ଅତିକ୍ରମ କରିବା ପାଇଁ ୩୦ ବର୍ଷ ସମୟ ଲାଗିଥାଏ। 

ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ଜୁନ୍ ୨୯ ତାରିଖରେ ସେହି ରାଶିକୁ ପୁଣି  ଥରେ ଓଲଟା ଚଳନ ବା ମାର୍ଗ ହେବେ। ଶନିଙ୍କ ଏହି ଓଲଟା ଚଳନ ତିନି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ...

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଅର୍ଥାଭାବ ଯୋଗୁଁ ଧାର କରି କାର୍ଯ୍ୟ ତୁଲାଇବେ! ପଢନ୍ତୁ ଏ ସପ୍ତାହର ରାଶିଫଳ…

ଧନବାନ୍ ହେବେ ଏହି ସବୁ ରାଶି :-

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମାଲେମାଲ୍ କରିବ। ବିଶେଷକରି ,କ୍ୟାରିୟରରେ ସଫଳତା ପାଇବେ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ମଙ୍ଗଳମୟ ରହିବ। 

ଆୟ ବଢିବା ସହ ବ୍ୟବସାୟରେ ଅଧିକ ଲାଭ ପାଇବେ। ବିଶେଷ କରି ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ଅଫର ମିଳିବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ବୈବାହିକ ଜୀବନ ସୁଖମୟ ହେବ। 

ଅଧିକ ପଢନ୍ତୁ : ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ଏହି ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ! ପଢନ୍ତୁ ଆଜିର ରାଶିଫଳ 

ବିଛା:  ଏହି ରାଶିର ଭାଗ୍ୟ ଚମକାଇବେ ଶନି ମହାରାଜ୍। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆୟର ନୂତନ ଉତ୍ସ ସୃଷ୍ଟି ହେବ। କ୍ୟାରିୟରରେ ଆଶାତିତ ସଫଳତା ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଖୁବ୍ ଭଲ ରହିବ । ପଦୋନ୍ନତି ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟାନ୍ସଫର ହୋଇପାରେ। 

ଏପରିକି ବିବାହ ସହ ସହିତ ଜଡି଼ତ ସମସ୍ୟା ମଧ୍ୟ ଦୂର ହେବ। ବ୍ୟବସାୟରେ ଅଗ୍ରଗତି ହେବ। ପରିଶ୍ରମର ଫଳ ପାଇବେ। ଆୟରେ ବୃଦ୍ଧି ଘଟିବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

ବୃଷ: ଶନିଙ୍କ ଓଲଟା ଚଳନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଆର୍ଥିକ ଅବସ୍ଥାରେ ସୁଧାର ଆସିବ।  ଆକସ୍ମିକ୍ ଧନଲାଭ ନେଇ ଯୋଗ ରହିଛି। ନିଜ ଲୋକଙ୍କ ଠାରୁ କିଛି ଭଲ ଖବର ପାଇ ମନ ଖୁସି ରହିବ।

ଅଧିକ ପଢନ୍ତୁ : ମୀନ ରାଶିରେ ଶୁକ୍ର- ରାହୁ ଓ କେତୁ, ୩ ଗ୍ରହଙ୍କ ମିଳନ ଯୋଗୁଁ ରାଜଯୋଗ ସୃଷ୍ଟି, ଧନବାନ୍ ହେବେ ଏହି ୩ ରାଶି
 

Share this story