ଆଜିର ରାଶିଫଳ: ଏହି ରାଶି ଥିବା ମହିଳାମାନଙ୍କ ସ୍ବାସ୍ଥ୍ୟସମ୍ବନ୍ଧୀୟ ସମସ୍ୟା ଦେଖାଦେବ, ଆହୁରି ଜାଣନ୍ତୁ କାହା ପାଇଁ ଭଲ ଆଉ ଖରାପ...

Know your horoscope of May 5 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ଦୂରସମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ । ଅତିଥି ଚର୍ଚ୍ଚାରେ ଦିନ ବିତିବ । ପ୍ରତ୍ୟେକ କାମ କାର୍ଯ୍ୟକୁ ଧ୍ୟାନର ସହ କରନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଚାନକ ବନ୍ଧୁମିଳିନ ଯୋଗ ରହିଛି ।

ବୃଷ: କଠିନ ସମସ୍ୟା ଦେଇ ଗତି କରିବେ । ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ । ମହିଳାମାନଙ୍କ ସ୍ବାସ୍ଥ୍ୟସମ୍ବନ୍ଧୀୟ ସମସ୍ୟା ଦେଖାଦେବ ।

ମିଥୁନ: ଦୂର ସ୍ଥାନକୁ ଯାଉଥିଲେ ସତର୍କ ରୁହନ୍ତୁ । ଅଟକି ଥିବା କାର୍ଯ୍ୟ ସମ୍ପନ୍ନ ହେବ । ଘର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୂଜାର୍ଚ୍ଚନାରେ ସମୟ ବିତାଇବା ଭଲ ।

କର୍କଟ: ଜରୁରି ସାକ୍ଷାତ ଯୋଗ ରହିଛି । ବ୍ୟବସାୟରେ ନେଣ-ଦେଣ ସମୟରେ ସାବଧାନ ରୁହନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ । ସ୍ବାସ୍ଥ୍ୟଗତ ସମସ୍ୟା ରହିବ । ଛାତ୍ରଛାତ୍ରୀ କ୍ୟାରିୟର ପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ: ସମ୍ପର୍କୀୟଙ୍କ ସହ ଖୁସି ସମୟ ବିତାଇବେ । ବ୍ୟବସାୟରେ ସମସ୍ୟା ଉପୁଜିବ । ଅଯଥା କାହା ଉପରେ ରାଗନ୍ତୁନି । ଉଧାର ଦେଇଥିବା ଟଙ୍କା ଫେରିପାଇବେ । ପ୍ରେମ ବ୍ୟାପାରରେ ସଫଳ ହେବେ ।

କନ୍ୟା: ପରିଶ୍ରମର ଫଳ ପାଇବେ । ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ । ବ୍ୟସ୍ତତା ଭିତରୁ ପରିବାର ସହ ସମୟ ବିତାଇବେ । ଜମିଜମା ମାମଲାରେ ସମାଧାନ ହେବ ।

ତୁଳା: ନିଜର କାମକାର୍ଯ୍ୟ ଉପରେ ଭରସା ରଖନ୍ତୁ । ବିପରୀତ ପରିସ୍ଥିତିରେ ଶାନ୍ତ ରହିବା ଫଳପ୍ରଦ । ନୂତନ ଯାନବାହନ କ୍ରୟ ଯୋଗ ରହିଛି । ଥଣ୍ଡା ଜନିତ ସମସ୍ୟା ଭୋଗିପାରନ୍ତି ।

ବିଛା: ନୂତନ ସମ୍ଭାବନା ଆସିବ । ନିବେଶ କରିବା ପୂର୍ବରୁ ଭଲଭାବେ ଯାଞ୍ଚ୍‌ କରନ୍ତୁ । ସରକାରୀ କାମ କାର୍ଯ୍ୟରେ ସମସ୍ୟା ହୋଇପାରେ । ପ୍ରେମ ବ୍ୟାପାରରେ ସମସ୍ୟା ସୃଷ୍ଟି ହେବ ।

ଧନୁ: ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ସକାରାତ୍ମକ ବ୍ୟକ୍ତିଙ୍କ ସହ ସମୟ ବିତାଇବେ । ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବଢ଼ିବ । ରାଜନୀତିରେ ମୁଣ୍ଡ ପୂରାନ୍ତୁନି ।

ମକର: କୌଣସି ବଡ଼ ପ୍ରୋଜେକ୍ଟର କାମ ହାତକୁ ଆସିବ । ପିଲାମାନେ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବା ଦରକାର । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବିବାହ ପ୍ରସ୍ତାବ ଆସିପାରେ ।

କୁମ୍ଭ: ଆର୍ଥିକ କାରବାରରେ ଧ୍ୟାନ ଦିଅନ୍ତୁ । ଛାତ୍ରଛାତ୍ରୀ ଲକ୍ଷ୍ୟ ପୂରଣ କରିବାକୁ ପ୍ରୟାସ କରିବେ । ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁନି । ପରିବାର ସଦସ୍ୟଙ୍କ ସହ ସମୟ ବିତାଇବାକୁ ସମୟ ମିଳିବନି ।

ମୀନ: ଘରେ ଖୁସି ମାହୋଲ ରହିବ । ଜମି ମାମଲା କିମ୍ବା ଟଙ୍କା ନେଣ-ଦେଣ ସମସ୍ୟାର ସମାଧାନ ହେବ । ଅଟକି ଥିବା ଅର୍ଥ ଫେରିପାଇବେ । ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ ।

Share this story