ସୋମବାର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଅଶୁଭ ଅଟେ...

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ :
ମେଷ: ଅଧ୍ୟାତ୍ମିକ ଦିଗରୁ ଦିନଟି ଭଲ ରହିବ । ମାନସିକ ଚାପରୁ ମୁକ୍ତି ମିଳିବ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଜୀବନସାଥୀଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବେ । ଚାକିରି ବଦଳାଇପାରନ୍ତି ।
ବୃଷ: ଘନିଷ୍ଠ ଲୋକଙ୍କ ସହଯୋଗ ମିଳିବ । ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ । ନିଜକୁ କମ୍ଜୋର ଭାବନ୍ତୁ ନାହିଁ । ବିଦ୍ୟାର୍ଥୀମାନେ ଖେଳକୁଦରେ ଅଧିକ ସମୟ ବିତାଇବେ ।
ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିବେ । ଅନ୍ୟର ଥଟ୍ଟା ପରିହାସକୁ ଅଣଦେଖା କରନ୍ତୁ । ଦୀର୍ଘ ଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ । ପାରିବାରିକ ସୁଖଶାନ୍ତି ମିଳିବ। ଯାନବାହନ କ୍ରୟ କରିପାରନ୍ତି ।
କର୍କଟ: ନିଜ ପରିଶ୍ରମକୁ ଗୁରୁତ୍ବ ଦିଅନ୍ତୁ । ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଦିନର ଆରମ୍ଭରୁ ଥକ୍କା ଅନୁଭବ କରିପାରନ୍ତି । ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ସମୟ ।
ସିଂହ: କୌଣସି କାର୍ଯ୍ୟ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରନ୍ତୁ । ଧନପ୍ରାପ୍ତି ଯୋଗ ରହିଛି । ପିଲାମାନଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ । କିଣା-ବିକାରେ ସମୟ ବିତିବ । ବୈବାହିକ ଜୀବନ ସୁଖମୟ ହେବ ।
କନ୍ୟା: ଦିନଟି ବ୍ୟସ୍ତତାରେ ବିତିବ । ଜମି କିଣାବିକା ପାଇଁ ଭଲ ସମୟ । ଆୟ ଅନୁସାରେ ବ୍ୟୟ କମ୍ ହେବ । ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି । ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ ।
ତୁଳା: ପୁରୁଣା ରୋଗରୁ ଆରାମ ମିଳିବ । ଅକସ୍ମାତ୍ ଖୁସି ଖବର ପାଇବେ । ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ । କର୍ମକ୍ଷେତ୍ରରେ ନୂତନ ସହଯୋଗୀଙ୍କ ସାହାଯ୍ୟ ମିଳିବ ।
ବିଛା: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଦିନଟି ଭଲ । ଜୀବନସାଥୀଙ୍କ ସହ ଭ୍ରମଣ ଯୋଗ ରହିଛି । ବିଦ୍ୟାର୍ଥୀମାନେ କ୍ୟାରିୟର କଥା ଚିନ୍ତା କରିବେ ।
ଧନୁ: ବନ୍ଧୁ ମିଳନ ଯୋଗ ରହିଛି । ଅଧିକ ଚିନ୍ତା କରନ୍ତୁନି । ନୂତନ ବ୍ୟବସାୟ ଆରମ୍ଭ କରିପାରିବେ । ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ମହିଳାମାନେ ଧର୍ମ ପରାୟାଣା ହେବେ ।
ମକର: ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଉଧାର ଦେଉଥିଲେ ସାବଧାନ ହୋଇଯାଆନ୍ତୁ । ପରିବାର ସହିତ କିଛି ସମୟ ବିତାନ୍ତୁ । କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
କୁମ୍ଭ: ସମସ୍ୟାରେ ପଡ଼ିପାରନ୍ତି । ଅତିଥିଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାପ୍ରକଟ କରିବେ । ପିଲାମାନଙ୍କ କାର୍ଯ୍ୟକଳାପରେ ଦିନଟି ଭଲରେ ବିତିବ । ଜୀବନସାଥୀଙ୍କ ପାଇଁ କୌଣସି କାର୍ଯ୍ୟ ଗଡବଡ ହୋଇପାରେ ।
ମୀନ: ଆଖିବୁଜି ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ବୈବାହିକ ଜୀବନ ମଧୁମୟ ହେବ । ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ ।