ଆଜିର ରାଶିଫଳ: ଏହି ରାଶି ଥିବା ବ୍ୟକ୍ତିଙ୍କ ଆୟ କମ୍ ଓ ଖର୍ଚ୍ଚ ଅଧିକ ହେବ ତା ସହ ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡ଼ି ଯାଇପାରନ୍ତି

know your horoscope of February 21 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମଙ୍ଗଳବାର ରାଶିଫଳ ( ୨୧ – ୦୨ – ୨୦୨୩ ) :

ମେଷ: ଆୟ କମ୍ ଓ ଖର୍ଚ୍ଚ ଅଧିକ ହେବ। କୋର୍ଟକଚେରୀ ମାମଲାରେ ଅସୁବିଧା ହୋଇପାରେ । ଘରୋଇ ସମସ୍ୟାର ସମାଧାନ ପାଇଁ ସାଙ୍ଗସାଥୀଙ୍କ ସାହାଯ୍ୟ ନେବେ । ଅଯଥା କାର୍ଯ୍ୟରେ ସମୟ ନଷ୍ଟ କରିବେ ।

ବୃଷ: ପୂର୍ବରୁ ଅଟକି ଥିବା ସରକାରୀ କାର୍ଯ୍ୟ ପୂରଣ ହେବ । ମହିଳାମାନେ ଆତ୍ମନିର୍ଭରଶୀଳା ହେବେ । ଚାକିରିରେ ବଦଳି ସୂଚନା ପାଇବେ । ଯାତାୟାତ ସମୟରେ ସାବଧାନ ରୁହନ୍ତୁ ।

ଆହୁରି ପଢ଼ନ୍ତୁ : କଳିଯୁଗର ସ୍ତ୍ରୀ: ନିଜ ସ୍ୱାମୀ ଏବଂ ଶାଶୁଙ୍କୁ ଖଣ୍ଡ ଖଣ୍ଡ କରି ପଲିଥିନରେ ଭର୍ତ୍ତି କରି ଫ୍ରିଜ୍ ରେ ରଖିଥିଲା ସ୍ତ୍ରୀ, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ମିଥୁନ: ଆୟ ବୃଦ୍ଧି ପାଇଁ ନାନା ଯୋଜନା ପ୍ରସ୍ତୁତ କରିବେ । କଠିନ ପରିଶ୍ରମର ଫଳ ପାଇବେ । ପାରିବାରିକ ସ୍ଥିତି ଉତ୍ତମ ରହିବ । ବ୍ୟବସାୟରେ ଭଲ ଲାଭ ପାଇବେ ।

କର୍କଟ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବାଲ୍ୟବନ୍ଧୁଙ୍କ ସହ ସାକ୍ଷାତ ହେବ । କ୍ୟାରିୟରରେ ବଡ଼ ସଫଳତା ପାଇବେ । ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ ।

ସିଂହ: ଭାଇଭଉଣୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ । ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ । କୌଣସି ଜଟିଳ ପରିସ୍ଥିତିରେ ପଡ଼ିଯାଇପାରନ୍ତି । ବ୍ୟବସାୟ କାର୍ଯ୍ୟରେ ରହି ପରିବାର ପ୍ରତି ଅଣଦେଖା କରିପାରନ୍ତି ।

କନ୍ୟା: ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ନିଜ ପ୍ରତିଭା ପାଇଁ ସମସ୍ତଙ୍କ ପାଖରେ ପ୍ରଶଂସାର ପାତ୍ର ହେବେ । କିଛି ବିଶେଷ ମାମଲାକୁ ନେଇ ମନୋଭାବରେ ପରିବର୍ତ୍ତନ ଦେଖାଦେବ ।

ତୁଳା: ନିଜ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରନ୍ତୁ । ପ୍ରିୟବନ୍ଧୁଙ୍କଠାରୁ ମନପସନ୍ଦର ଉପହାର ପାଇବେ । ଶାନ୍ତ ମନରେ କାର୍ଯ୍ୟ କରି ସୁଫଳ ପାଇବେ । କର୍ମସ୍ଥଳୀରେ ପଦୋନ୍ନତିର ସୁଯୋଗ ରହିଛି ।

ବିଛା: ଭୂସଂପତ୍ତି କ୍ରୟ କରିପାରନ୍ତି । ଶିକ୍ଷାର୍ଥୀମାନେ ଉତ୍ତମ ମାର୍ଗଦର୍ଶନ ପାଇବେ । ମହିଳାମାନଙ୍କର ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ । ଦାମ୍ପତ୍ୟ ଜୀବନରେ ସାମାନ୍ୟ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ ।

ଧନୁ: ଭଲ ଭାବରେ ବିଚାର କରି କାର୍ଯ୍ୟ କରିବେ । ଗୁରୁଜନଙ୍କ ସମର୍ଥନ କ୍ରମେ ଆଗକୁ ବଢ଼ିବେ । ଆର୍ଥିକକ୍ଷେତ୍ର ମଜଭୁତ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।

ଆହୁରି ପଢ଼ନ୍ତୁ : ଦୁଇ ହଜାର ବର୍ଷ ପୂର୍ବେ ବି ବ୍ୟବହାର କରାଯାଉଥିଲା ସେକ୍ସ ଟୟ, ଲୋକମାନେ ମାନେ ଯୌନ ସମ୍ପର୍କକୁ ନେଇ ପାଗଳ ପରି ହେଉଥିଲେ, ଦେଖାଯାଉଥିଲା କିଛି ଏପରି...

ମକର: କୌଣସି ନୂତନ ନିବେଶ କରି ଲାଭବାନ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତାଳମେଳ ରଖି କାର୍ଯ୍ୟ କରିବେ । ଶିକ୍ଷାର୍ଥୀଙ୍କ ପାଇଁ ନୂତନ ସୁଯୋଗ ମିଳିପାରେ ।

କୁମ୍ଭ: ପ୍ରିୟଜନଙ୍କ ବ୍ୟବହାରେ କଷ୍ଟ ପାଇ ପାରନ୍ତି । ନକାରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ । ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡ଼ି ଯାଇପାରନ୍ତି । ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି । ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ ।

ମୀନ: ଦିନଟି ଆନନ୍ଦ ଉଲ୍ଲାସ ମଧ୍ୟରେ କଟିବ । ପାରିବାରିକ ବିବାଦର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ମନଦେଇ କାର୍ଯ୍ୟ କରି ପୁରସ୍କୃତ ହୋଇପାରନ୍ତି । ଗୃହିଣୀମାନେ ସତର୍କ ରହି କାର୍ଯ୍ୟ କରନ୍ତୁ ।

Share this story

World Odia Language Conferene