ଏହି ରାଶି ଲୋକଙ୍କ ଧନହାନୀ, ମନ ଅଶାନ୍ତ ଓ ଘର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ, ପଢନ୍ତ ରାଶିଫଳ 
 

Horoscope for Wednsday 8 November 2023
ପଢନ୍ତ ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...

ମେଷ ରାଶି: ବନ୍ଧୁ ମିଳନ ଯୋଗୁଁ ମନ ପ୍ରସନ୍ନ ରହିବ। ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ସମସ୍ୟା ସମାଧାନ ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସଫଳତା ମିଳିବ । ଋଣମୁକ୍ତ ହୋଇପାରନ୍ତି । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।

ବୃଷ ରାଶି: ସମ୍ପର୍କୀୟଙ୍କ ସହାନୁଭୂତି ବଳରେ କାର୍ଯ୍ୟ ସାଧନ କରିପାରିବେ। ବ୍ୟବସାୟ, କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିବ। ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ ।

ମିଥୁନ ରାଶି: ବ୍ୟୟ ବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି ହେବ। ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମ କ୍ଷେତ୍ରରେ ପଦୋନ୍ନତି ସହ ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ ନେଇ ଯୋଗ ରହିଛି । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବେ । ବନ୍ଧୁମାନଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟା ବଢ଼ାଇବ।

adimg

ଅଧିକ ପଢନ୍ତୁ : ହନ୍ତସନ୍ତ ହେବେ ଏହି ରାଶିର ଲୋକ, ୧୦ ବର୍ଷ ପରେ ପଡିଛି ରାଜଯୋଗ, ୩ ରାଶି ପାଇବେ ଲାଭ! 

କର୍କଟ ରାଶି: କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସଫଳତା ମିଳିବ।କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ନେଇ ସମ୍ଭାବନା ରହିଛି । ପରିବାରର ସଦସ୍ୟ ଓ ସହକର୍ମୀଙ୍କ ସହଯୋଗ ପାଇବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ ।

ସିଂହ ରାଶି: ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ। ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ନେଇ ଯୋଗ ରହିଛି । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।

କନ୍ୟା ରାଶି: ଯାତ୍ରା ସମୟରେ ସତର୍କ ରୁହନ୍ତୁ । କର୍ମ କ୍ଷେତ୍ରରେ ବାଧାବିଘ୍ନ ଓ ବିବାଦ ଦେଖା ଦେବ। ମାଲିମକଦ୍ଦମାରେ ଛନ୍ଦି ହୋଇପଡ଼ିବେ । ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ଜୀବନସାଥୀଙ୍କ ସହଯୋଗ ମିଳିବ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ତୁଳା ରାଶି: ଦୀର୍ଘ ଦିନରୁ ପାଉନଥିବା ଅର୍ଥ ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳ କାର୍ଯ୍ୟ କିମ୍ବା ସଭା ସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମିବ। । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ଧନହାନୀ ନେଇ ଯୋଗ ରହିଛି ।

ବିଛା ରାଶି: ବନ୍ଧୁ ଗହଣରେ କାର୍ଯ୍ୟାରମ୍ଭ କରି ଆତ୍ମତୃପ୍ତି ଅନୁଭବ କରିପାରନ୍ତି । ମନ ଅଶାନ୍ତ ରହିବ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନ ଶୁଭଫଳ ଦାୟୀ ହେବ ।

ଧନୁ ରାଶି: ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ସଭ୍ୟ ବ୍ୟବହାର ଯୋଗୁଁ ପ୍ରଶଂସିତ ହେବେ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ମାନସିକ, ପାରିବାରିକ ଅଶାନ୍ତି ଲାଗି ରହିବ । କର୍ମ କ୍ଷେତ୍ରରେ ଅପଯଶ ଓ ଅପମାନିତ ହୋଇପାରନ୍ତି । ସନ୍ତାନ ସନ୍ତତିକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

ମକର ରାଶି: ପାରିବାରିକ କ୍ଷେତ୍ରରେ ବିବାଦ ଦେଖାଦେବ। ଦୀର୍ଘ ଦିନର ଆଶା ଓ ଅଭିଳାଷ ପୂରଣ ହେବ। ଶିଳ୍ପ, ପରିବହନ ଓ ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। କାର୍ଯ୍ୟସିଦ୍ଧ ହେତୁ ମନ ପ୍ରଫୁଲ୍ଲିତ ରହିବ।

କୁମ୍ଭ ରାଶି: ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବହୁ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି଼ ହେବ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ । ବିବାଦୀୟ ପରିସ୍ଥିତିରେ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।

ମୀନ ରାଶି: ସମସ୍ୟା ମଧ୍ଯରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇ ଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।

ଅଧିକ ପଢନ୍ତୁ : ସୂର୍ଯ୍ୟ -ମଙ୍ଗଳ ଗୋଚର, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ, ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆକସ୍ମିକ ଧନଲାଭର ଯୋଗ

Share this story