ଶାରୀରିକ ଯନ୍ତ୍ରଣା ଭୋଗିବବା ସହ ଏହି ରାଶି ଲୋକଙ୍କ ଆୟଠୁ ବ୍ୟୟ ଅଧିକ ହେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Saturday 30 th March 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା....

ମେଷ: ପାରିବାରିକ ସମସ୍ୟା ଦେଖାଦେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପ୍ରେମ ସମ୍ପର୍କରେ ସମସ୍ୟା ସୃଷ୍ଟି ହେବ।

ବୃଷ: ବନ୍ଧୁ ତଥା ଭାଇଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ମିଥୁନ: ଦିନଟି ଶୁଭଫଳ ପ୍ରଦାନ କରିବ। ଆର୍ଥିକ ମାମଲାରେ ସୁଧାର ଆସିବ। ସହକର୍ମୀଙ୍କ ସହଯୋଗରୁ ଅଫିସ୍ କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କର୍କଟ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପାରିବାରିକ ଜୀବନ ସୁଖମୟ ହେବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ।

ଆଧିକ ପଢନ୍ତୁ : କାହିଁକି ଝିଅମାନେ ଅଧାବାଟରୁ ପାର୍ଟନରର ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ

ସିଂହ: ସୃଜନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ମନ ପ୍ରସନ୍ନ ରହିବ। ପ୍ରେମ ସମ୍ବନ୍ଧ ମଜଭୁତ୍‌ ହେବ। ବିଦ୍ୟାର୍ଥୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ।

କନ୍ୟା: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ରାଜନୀତିରେ ସାମିଲ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈବାହିକ ଜୀବନରେ ସମସ୍ୟା ଆସିବ। ସାଙ୍ଗଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ।

ତୁଳା: ଅଫିସ୍‌ କାର୍ଯ୍ୟରେ ବିଦେଶ ଯାତ୍ରା ଯୋଗ ଅଛି। ଧାରକରଜକୁ ଦୂରେଇ ରହିବେ। ମାଆଙ୍କ ସ୍ବାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

ଆଧିକ ପଢନ୍ତୁ :ମାଡି ଆସୁଛି ପ୍ରଚଣ୍ଡ ଖରା ! ଆସନ୍ତା ୩-୪ ଦିନ କାଳ ବୈଶାଖୀ ବର୍ଷା ବଜ୍ରପାତ ନେଇ ସତର୍କ କଲା ପାଣିପାଗ ବିଭାଗ

ବିଛା: କର୍ମଚଞ୍ଚଳ ରହିବେ। ମନ ପ୍ରଫୁଲ୍ଲିତ ରହିବ। ଆୟଠୁ ବ୍ୟୟ ଅଧିକ ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଘର ପାଇଁ ନୂଆ ଜିନିଷ କିଣିବେ। କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିବ।

ଧନୁ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଧାର୍ମିକ କାର୍ଯ୍ୟ କରିବେ। ସମାଜରେ ମାନ, ପ୍ରତିଷ୍ଠା ବଢ଼ିବ। ସମାଜସେବାରେ ନିଜକୁ ନିୟୋଜିତ କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।

ମକର: ଶାରୀରିକ ଯନ୍ତ୍ରଣା ଭୋଗିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବୁଲାବୁଲି ପାଇଁ ଯୋଜନା ପ୍ରସ୍ତୁତ କରିବେ। ଖେଳାଳିଙ୍କୁ ସଫଳତା ମିଳିବ। ବ୍ୟବସାୟରେ କ୍ଷତି ଘଟିବ।

କୁମ୍ଭ: ନିବେଶରୁ ଲାଭ ମିଳିବ। କାର୍ଯ୍ୟରୁ ଆଶାଜନକ ଫଳ ମିଳିବ। ଆତ୍ମବିଶ୍ବାସର ସହ କାର୍ଯ୍ୟ ସମ୍ପାଦନ କରିବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି।

ମୀନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ବିଦ୍ୟାର୍ଥୀ ପଢ଼ାରେ ମନଯୋଗ ଦେବେ। ପଡ଼ୋଶୀଙ୍କ ସହ ବିବାଦ ଦେଖା ଦେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ଆଧିକ ପଢନ୍ତୁ : ଏହି ଦିନ ଲାଗୁଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ୫ ରାଶି ରୁହନ୍ତୁ ସାବଧାନ! ନଚେତ୍...
 

Share this story