ଆର୍ଥିକ ମାମଲାରେ ସମସ୍ୟା ଦେଖାଦେବା ସହ ଏମାନଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Saturday 2nd March 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା.... 

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ। ଅଫିସ୍‌ରେ ପ୍ରଶଂସିତ ହୋଇପାରନ୍ତି। ବ୍ୟକ୍ତିଗତ ଜୀବନରେ କୌଣସି ବି ସମସ୍ୟାରେ ପଡିଲେ ସେହି ସମସ୍ୟାର ସରଳ ସମାଧାନ କରିପାରିେବ। ଅଯଥା କଳି ଝଗଡାରୁ ବଞ୍ଚି ରୁହନ୍ତୁ।

ବୃଷ: ମନ ଚାହୁଁଥିବା କାର୍ଯ୍ୟ କରିେବ। କୋର୍ଟ କଚେରୀ ମାମଲାରୁ ବିଜୟ ଲାଭ କରିବେ। ଯେକୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ।

ଆଧିକ ପଢନ୍ତୁ :ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୁବ୍ ଶୀଘ୍ର ମେଷ ସହ ଧନୀ ହେବାକୁ ଯାଉଛନ୍ତି ଏହି ୪ ରାଶିର ବ୍ୟକ୍ତି!

ମିଥୁନ: ସମସ୍ତ ବାଧାବିଘ୍ନ ଦୂର ହେବ। ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ଲୋକଙ୍କ ସହଯୋଗ ରହିବ। ଜମି ଜମା ବିବାଦରୁ ଦୂରେଇ ରୁହନ୍ତୁ।

କର୍କଟ: ଆଜିର ଦିନଟି ସବୁଠୁ ଭଲ। ଅଚାନକ ଧନ ପ୍ରାପ୍ତି ହେବ। ପୁରୁଣା ନିବେଶରୁ ଅର୍ଥ ଫେରି ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ସଫଳ ହେବେ। ନିଜ ପ୍ରିୟଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ଗୁରୁତ୍ବ ଦିଅନ୍ତୁ।

ସିଂହ: ନୂତନ କାର୍ଯ୍ୟ କରିେବ। ଆର୍ଥିକ ମାମଲାରେ ସମସ୍ୟା ଦେଖାଦେବ। ଅଫିସ୍‌ ରାଜନୀତିରୁ ଦୂରେଇ ରୁହନ୍ତୁ। ନିଜ ଲୋକଙ୍କ କଥାକୁ ଅଣଦେଖା କରନ୍ତୁନି। ଚାକିରି ଖୋଜୁଥିବା ଲୋକ ସାକ୍ଷାତକାରରେ ସଫଳ ହେବେ।

କନ୍ୟା: ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ତୁଳା: ଅଚାନକ ଦୂର ସ୍ଥାନ ଯାତ୍ରା କରିପାରନ୍ତି। କୋର୍ଟ-କଚେରୀ ମାମଲାରୁ ମୁକ୍ତି ମିଳିବ। ବୈବାହିକ ଜୀବନରେ ସମସ୍ୟା ଦେଖାଦେବ। ସମ୍ପର୍କୀୟଙ୍କ ମଧ୍ୟରେ ଧନକୁ ନେଇ ବାଦ ବିବାଦ ଉପୁଜିପାରେ।

ଆଧିକ ପଢନ୍ତୁ : ମଙ୍ଗଳ ଓ ଶୁକ୍ରଙ୍କ ହେବ ମହାସଂଯୋଗ, ଖୁବ ଶୀଘ୍ର ମାଲାମାଲ ହେବେ ଏହି ୩ ରାଶି !

ବିଛା: ଆୟ ବୃଦ୍ଧି ପାଇଁ ନୂତନ ମାର୍ଗ ପ୍ରଶସ୍ତ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଭଲ ସମୟ। ଅଯଥା କଳି ଝଗଡ଼ା କରନ୍ତୁନି। ମନର ମଣିଷଙ୍କ ପାଖେ ନିଜ ମନର କଥାକୁ ପରିପ୍ରକାଶ କରିବାରେ ସଙ୍କୋଚ କରନ୍ତୁନି।

ଧନୁ: ଆର୍ଥିକ ମାମଲାରେ ଭାଗ୍ୟଶାଳୀ ରହିେବ। ଅଫିସ୍‌ରେ ଉଚ୍ଚ ପଦସ୍ଥକାରୀ ପ୍ରଶଂସା କରିେବ। ମନ ଅଶାନ୍ତ ରହିବ। ମହିଳାମାନେ ଧର୍ମପରାୟଣା ହେବେ।

ମକର: ପରିବାରରେ ଅଧିକ ଦାୟିତ୍ବ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ସମୟ ଯାଏଁ କାର୍ଯ୍ୟ କରିେବ। ଚାପ ଭିତରେ ନିଜ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଅନ୍ତୁ। ସାମାଜିକ ପଦପ୍ରତିଷ୍ଠା ବୃଦ୍ଧି ହେବ।

କୁମ୍ଭ: ସମସ୍ୟାରେ ପଡ଼ିପାରନ୍ତି। ଅତିଥିଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତାପ୍ରକଟ କରିବେ। ପିଲାମାନଙ୍କ କାର୍ଯ୍ୟ କଳାପରେ ଦିନଟି ଭଲରେ ବିତିବ। ଜୀବନସାଥୀଙ୍କ ପାଇଁ କୌଣସି କାର୍ଯ୍ୟ ଗଡ଼ବଡ଼ ହୋଇପାରେ।

ମୀନ: ଆଖିବୁଜି ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ମଧୁମୟ ହେବ । ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ।

ଆଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ସହ ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

Share this story