ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବା ସହ ଅଧିକ ଖର୍ଚ୍ଚାନ୍ତ ହେବେ ଏହି ରାଶି ଲୋକ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Monday 29th April 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ଦିନଟିରେ ଚିନ୍ତାଗ୍ରସ୍ତ ରହିବେ। ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ନିବେଶରୁ ଦୂରେଇ ରହିବେ। ନୂଆ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ନେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।

ବୃଷ: ଅଧିକ ଖର୍ଚ୍ଚାନ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ସରକାରୀ କ୍ଷେତ୍ରରେ ସଫଳତା ଲାଭ କରିବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ।

ମିଥୁନ: ଧନ ଆଗମନ ଯୋଗ ଅଛି। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ହେବ। ବ୍ୟବସାୟୀ ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ମନ ପ୍ରସନ୍ନ ରହିବ।

ଅଧିକ ପଢନ୍ତୁ : କେବେ ବି ହେବନି ଫ୍ୟାଟି ଲିଭର, ବାସ୍ ଖାଆନ୍ତୁ ଏହି ଖାଦ୍ୟ, ଦୂର ହେବ ଲିଭର ସମସ୍ୟା!

କର୍କଟ: ଅଫିସ୍‌ କାମରେ ବ୍ୟସ୍ତ ରହିବେ ଏବଂ ଅତିରିକ୍ତ ଦାୟିତ୍ବ ତୁଲାଇବେ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଧାର୍ମିକ କାର୍ଯ୍ୟ ପାଇଁ ଆଗ୍ରହୀ ହେବେ।

ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ଧାର କରଜରୁ ଦୂରେଇ ରହିବେ। ନୃତ୍ୟଶିଳ୍ପୀଙ୍କ ପାଇଁ ଦିନଟି ଭଲ।

କନ୍ୟା: ଯାତ୍ରାରୁ ଲାଭ ମିଳିବ। ଦିନଟିରେ କର୍ମଚଞ୍ଚଳ ରହିବେ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ। ବ୍ୟବସାୟରେ ସଫଳତା ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ।

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଅର୍ଥାଭାବ ଯୋଗୁଁ ଧାର କରି କାର୍ଯ୍ୟ ତୁଲାଇବେ! ପଢନ୍ତୁ ଏ ସପ୍ତାହର ରାଶିଫଳ…

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଅଫିସ୍‌ରେ ସହକର୍ମୀଙ୍କ ସହ ବ୍ୟକ୍ତିଗତ କଥା ଆଲୋଚନା କରିବେ ନାହିଁ।

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ସରକାରୀ କାମ ସମସ୍ୟା ସମାଧାନ ହେବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପାରିବାରିକ ବିବାଦରୁ ଦୂରେଇ ରହିବେ।

ଧନୁ: କାର୍ଯ୍ୟରେ ଉନ୍ନତି ଘଟିବ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ। ଇଚ୍ଛା ପୂରଣ ହେବ। ଗରିବ, ଅସହାୟଙ୍କୁ ସାହାଯ୍ୟ କରିବେ। ସନ୍ତାନଙ୍କ ସଫଳତା ପାଇଁ ଖୁସି ହେବେ।

ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ବଦଭ୍ୟାସ ପରିତ୍ୟାଗ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବିବାହ ପ୍ରସ୍ତାବ ସ୍ଥିର ହେବ। ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିବେ।

କୁମ୍ଭ: ଦୀର୍ଘ ଦିନ ସମସ୍ୟାର ସମାଧାନ ହେବ। ଅଫିସ୍‌ କାମ ସୂଚାରୁରୂପେ ତୁଲାଇବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ବଡ଼ ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବ।

ମୀନ: କଥା ଓ କାମ ମଧ୍ୟରେ ଲୋକଙ୍କୁ ପ୍ରଭାବିତ କରିବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଆର୍ଥିକ ମାମଲାରେ ସୁଧାର ଆସିବ। ମଠ ତଥା ମନ୍ଦିରରେ ଦାନ କରିବେ।

ଅଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!
 


 

Share this story