ଖରାପ ନଜରରୁ ରକ୍ଷା କରିବ ଏହି ଇଭିଲ୍ ଆଇ! ଜାଣନ୍ତୁ ଘରର କେଉଁ ସ୍ଥାନରେ ଲଗାଇବେ...
 

Evil eye protection for home significance and benefits know details
ଖରାପ ନଜରରୁ ରକ୍ଷା କରିବ ଏହି ଇଭିଲ୍ ଆଇ! 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅନେକ ଲୋକ ଖରାପ ନଜର ଉପରେ ବିଶ୍ବାସ ରଖନ୍ତି। ଖରାପ ନଜର ଏକପ୍ରକାର ଦୋଷ। ଯାହାର ପ୍ରଭାବ ଯୋଗୁଁ ଜୀବନ ତଥା କାର୍ଯ୍ୟରେ ବିଭିନ୍ନ ବିଘ୍ନ ଘଟିଥାଏ। ମୁଖ୍ୟତଃ ହେବାକୁ ଯାଉଥିବା କାମ ଅଟକି ଯିବା, ମନ ଅଶାନ୍ତ ରହିବା, ନକାରାତ୍ମକ ଚିନ୍ତା ଦେଇ ଗତି କରିବାକୁ ପଡ଼େ। ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ଆପଣାଇବାକୁ କୁହାଯାଏ। ସେଥିରୁ ଅନ୍ୟତମ ଇଭିଲ୍ ଆଇ। 

ଆଧିକ ପଢନ୍ତୁ : ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଏମାନଙ୍କ ଆର୍ଥିକ କ୍ଷେତ୍ରରେ ଅବନତି ଦେଖା ଦେବ! ପଢନ୍ତୁ ସାପ୍ତାହିକ ରାଶିଫଳ 

କୁହାଯାଏ, ଏହାକୁ ଘରର କିଛି ବିଶେଷ ସ୍ଥାନରେ ଲଗାଇବା ଦ୍ବାରା ଶୁଭଫଳ ମିଳେ। ଯେକୌଣସି ନକାରାତ୍ମକ ଶକ୍ତିର ପ୍ରଭାବରୁ ମଧ୍ୟ ରକ୍ଷା ମିଳିଥାଏ। ତେବେ ଏହାକୁ ଘରର କେଉଁ ସ୍ଥାନରେ ଲଗାଇବେ, ସେ ସମ୍ପର୍କରେ ଜାଣିବା।

ଲିଭିଂ ରୁମ୍‌ରେ ଲଗାନ୍ତୁ: ଇଭିଲ୍ ଆଇକୁ ଘରର ଲିଭିଂ ରୁମ୍‌ରେ ରଖିଲେ ଏଥିରୁ ବିଶେଷ ଲାଭ ମିଳେ। ଅତିଥିଙ୍କ ବସିବା ସ୍ଥାନର ବିପରୀତ ଦିଗରେ ଏହାକୁ ଲଗାଇବା ଶୁଭ। ଯଦି ଲିଭିଂ ରୁମ୍‌ର ପୂର୍ବ ଦିଗରେ ଅତିଥି ବସନ୍ତି, ଏହାକୁ ପଶ୍ଚିମ ଦିଗରେ ଲଗାଇବା ଉଚିତ। ସେହିପରି ଝରକାରେ ଇଭିଲ୍ ଆଇ ଦର୍ପଣ ଲଗାଇପାରିବେ।

ଆଧିକ ପଢନ୍ତୁ :ଘରେ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଅଧିକ ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ଆଜିର ରାଶିଫଳ 

ପଢ଼ା ଓ ଶୟନକକ୍ଷରେ ଲଗାଇବା ଶୁଭ: ପିଲାମାନେ ପଢ଼ାରେ ଧ୍ୟାନ କେନ୍ଦ୍ରିତ କରୁ ନ ଥିଲେ, ଏହାକୁ ଘରର ଷ୍ଟଡିରୁମ୍‌ ବା ପଢ଼ାଘରେ ଲଗାଇବା ଶୁଭ। ଏହାଦ୍ବାରା ପିଲାଙ୍କ ଉପରେ କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ି ନ ଥାଏ। ସେହିପରି ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ମଜଭୁତ ହେବା ପାଇଁ ଏହାକୁ ଶୋଇବା ଘରେ ଲଗାଇବା ଶୁଭ। ସମ୍ପର୍କ ମଜଭୁତ୍ ହେଲେ ଦାମ୍ପତ୍ୟ ଜୀବନ ସୁଖମୟ ଏବଂ ଶାନ୍ତିପୂର୍ଣ୍ଣ ହୋଇଥାଏ।

ଘର ବଗିଚା ପାଇଁ ଉତ୍ତମ: ଇଭିଲ୍ ଆଇକୁ ଗଛରେ ଝୁଲାଇବା ଦ୍ବାରା ଭଲ ଶକ୍ତି ଆକର୍ଷିତ ହୁଅନ୍ତି। ତେବେ ଏହାକୁ ବଗିଚାର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। ବଗିଚାର ମଝାମଝି ନଚେତ୍‌ ଉତ୍ତର ଦିଗରେ ଏହାକୁ ଲଗାନ୍ତୁ। ଏହାଦ୍ବାରା ଇଭିଲ୍ ଆଇର ପୂର୍ଣ୍ଣ ଫଳ ଲାଭ ହୁଏ।

ଆଧିକ ପଢନ୍ତୁ : ୧୭ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର, ୩୧୮ ଆମ ବସଷ୍ଟାଣ୍ଡ ପାଇଁ ୬ ହଜାର କୋଟି ମଞ୍ଜୁର

Share this story