ପାର୍ଟନରଙ୍କ ସହ ବେଡ୍ ରେ ଥିଲେ ହୁଅନ୍ତୁନାହିଁ ବ୍ୟାଡ ବୟ; ନଚେତ ଭୋଗିବେ ଏହି ଦଶା…

ପାର୍ଟନରଙ୍କ ସହ ବେଡ୍ ରେ ଥିଲେ ହୁଅନ୍ତୁନାହିଁ ବ୍ୟାଡ ବୟ; ନଚେତ ଭୋଗିବେ ଏହି ଦଶା…
ପାର୍ଟନରଙ୍କ ସହ ବେଡ୍ ରେ ଥିଲେ ହୁଅନ୍ତୁନାହିଁ ବ୍ୟାଡ ବୟ; ନଚେତ ଭୋଗିବେ ଏହି ଦଶା…

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣି ରଖିବା ଜରୁରୀ ଯେ, ସୁରକ୍ଷିତ ଯୌନ ସମ୍ପର୍କ ଆପଣଙ୍କ ପାଇଁ ଯେତିକି ଜରୁରୀ ଆପଣଙ୍କ ପାର୍ଟନରଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ମଧ୍ୟ ସେତିକି ଜରୁରୀ । କାହିଁକିନା ବର୍ତ୍ତମାନନର କରୋନା ବିପତ୍ତି ହେଉ ଅବା ଏଚଆଇଭି ଭଳି ସଂକ୍ରମଣର ଭୟ । ସବୁ ବେଳେ ଯୌନ ସମ୍ପର୍କ ସ୍ଥାପନ ବେଳେ ସୁସ୍ଥ ସେକ୍ସକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଏସମ୍ପର୍କରେ ଆଜି ଅଧିକ କିଛି ଜାଣିବା ।

ଶାରୀରିକ ସମ୍ପର୍କ ବେଳେ ବେଳେ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । ବେଳେବେଳେ ସତର୍କ ରହିବା ଜାଣିବା ପରେ ବି ଲୋକମାନେ ସେକ୍ସ କରିବା ବେଳେ ସାବଧାନ ରହିନଥାନ୍ତି । ଫଳରେ ପରେ ନାନା ସମସ୍ୟା ଦେଖାଦିଏ । ଏଣୁ ଯୌନ ସମ୍ପର୍କ ବେଳେ କି କି ସାବଧାନତା ଅବଲମ୍ବନ କରିବା ଉଚିତ ତାହା ଜାଣିବା ଜରୁରୀ ଓ କାମରେ ଲଗାଇବା ଉଚିତ ।

ନଚେତ୍‌ ଏହି ଅବହେଳା ଯୋଗୁ ଜୀବନ ବି ଚାଲିଯାଇପାରେ । ହ୍ୟୁମାନ ଇମ୍ୟୁନୋଡିଫିସିଏନ୍ସି ଭାଇରସ୍‌ ବା ଏଚ୍‌ଆଇଭି ଏକ ଏଭଳି ସଂକ୍ରମକ ଭାଇରସ ଯାହା ଦ୍ୱାରା ଗତ ତିନି ଦଶକ ମଧ୍ୟରେ ୨୫ ମିଲିୟନ୍‌ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଲାଣି ।

ବର୍ତ୍ତମାନ ଦୁନିଆରେ ପ୍ରାୟ ୩୩.୪ ମିଲିୟନ୍‌ ଲୋକ ଏଚ୍‌ଆଇଭି ସଂକ୍ରମିତ ହୋଇଛନ୍ତି । ଆସନ୍ତୁ ଜାଣିବା ଏଡ୍‌ସ୍‌ ହେବାର କାରଣ କ’ଣ…

ଅସୁରକ୍ଷିତ ଯୌନ ସମ୍ବନ୍ଧ: ଅସୁରକ୍ଷିତ ଯୌନ ସମ୍ପର୍କ ସମ୍ବନ୍ଧରେ ଅଧିକାଂଶ ଲୋକ ସତର୍କ ରହିନଥାନ୍ତି । ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଅସୁରକ୍ଷିତ ଯୌନ ସମ୍ବନ୍ଧ ଅର୍ଥାତ୍‌ ସେକ୍ସ ବେଳେ କଣ୍ଡୋମ୍‌ ବ୍ୟବହାର ନ କରିବା କିମ୍ବା ଅନ୍ୟ ସୁରକ୍ଷା ସାମଗ୍ରୀ ବ୍ୟବହାର ନ କରିବା । ଏହି ସାବଧାନତା ମଧ୍ୟରେ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ନ ରଖିବା ମଧ୍ୟ ସାମିଲ ଅଛି । ଅସୁରକ୍ଷିତ ଯୌନ ସମ୍ବନ୍ଧ ବେଳେ ଯୌନ ରୋଗ ଜଣଙ୍କ ଠାରୁ ଆଉ ଜଣଙ୍କୁ ସହଜରେ ବ୍ୟାପିଥାଏ ।

ଏକାଧିକ ପାର୍ଟନରଙ୍କ ସହ ସେକ୍ସ କରିବା: ଏକାଧିକ ମହିଳା କିମ୍ବା ଏକାଧିକ ପୁରୁଷଙ୍କ ସହ ସମ୍ପର୍କ ରଖିବା ଦ୍ୱାରା ମଧ୍ୟ ଯୌନ ରୋଗ ବ୍ୟାପେ । ଏକରୁ ଅଧିକ ପାର୍ଟନରଙ୍କ ସହ ଯୌନ ସମ୍ବନ୍ଧ ରଖିବା ଦ୍ୱାରା ଏଚ୍‌ଆଇଭି ସଂକ୍ରମଣର ଆଶଙ୍କା ଦୁଇ ଗୁଣ ବଢ଼ିଯାଏ । ଏଣୁ ସହବାସ ବେଳେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ।

Share this story

World Odia Language Conferene