ସ୍ତ୍ରୀକୁ କେମିତି ଭଲ ପାଇବା ଦେବେ ଆଉ ନିଜର କରିବେ ଟିପ୍ସ ଦେଲେ ୟୁଜର୍ସ; ଜିଦ୍ ଛାଡ଼ି ସ୍ତ୍ରୀଙ୍କୁ ଆପଣାଇବେ ତ ସାଂସଦ?

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଓଲିଉଡ୍ ନାୟିକା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଆପଣମାନେ ଭଲ ଭାବରେ ଜାଣିଛନ୍ତି । ପ୍ରତିଦିନ ଉଭୟ ଛାପା-ବୈଦ୍ୟୁତିକ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରୁ ଏହି ଯୋଡ଼ିଙ୍କ ଝମେଲା ସମ୍ପର୍କରେ ଖବର ମଧ୍ୟ ନିଜ ମୋବାଇଲ ଫୋନ୍ ଜରିଆରେ ପାଇ ପାରୁଥିବେ । ଏବେ କଥା ହେଉଛି ଏହି ଦୁହିଁଙ୍କୁ ଏକାଠି କରିବାକୁ ପାଇଁ ସମସ୍ତେ ଚାହୁଁଛନ୍ତି ଏବଂ ଚେଷ୍ଟା ମଧ୍ୟଚ କରୁଛନ୍ତି  । ହେଲେ କଥା କିଛି ବନୁନି ଏଥିପାଇଁ ସୋସିଆଲ ମିଡିଆରେ ଏହି ଦୁଇ ଯୋଡ଼ିଙ୍କୁ ଆଗାମୀ ଭବିଷ୍ୟତକୁ ନେଇ ଅନେକ ଚିନ୍ତା ପ୍ରକାଶ  କରିଥିବା ବେଳେ ସବୁ ମାନ, ଅଭିମାନ ଭୁଲି ବର୍ଷା ଓ ଅନୁଭବ ଏକାଠି ରୁହନ୍ତୁ ବୋଲି ଅନେକ ଚାହୁଁଛନ୍ତି ଏପରିକି ଦୁହିଁଙ୍କୁ କେମିତି ହସ ଖୁସିରେ ସଂସାର କରିବେ ସେ ନେଇ ଟିପ୍ସ ମଧ୍ୟ ଦେଉଛନ୍ତି ।

ସ୍ତ୍ରୀକୁ କେମିତି ଭଲ ପାଇବା ଦେବେ ଆଉ ନିଜର କରିବେ ଟିପ୍ସ ଦେଲେ ୟୁଜର୍ସ;  ଜିଦ୍ ଛାଡ଼ି ସ୍ତ୍ରୀଙ୍କୁ ଆପଣାଇବେ ତ ସାଂସଦ?
କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଏଇ ନିକଟରେ ଜଣେ ଫେସବୁକ୍ ୟୁଜର୍ସ ଅନୁଭବଙ୍କ ଟାଇମଲାଇନରେ ପୋଷ୍ଟ ହୋଇଥିବା ଏକ ଫଟୋରେ କମେଣ୍ଟ ଦେଇ ଲେଖିଛନ୍ତି ଯେ, ବର୍ଷାଙ୍କୁ ଭଲ ପାଇବା ଦେବା ଶିଖନ୍ତୁ ତାଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ ଦେଖିବେ ସବୁ କିଛି ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।

ଅନୁଭବଙ୍କ ଜଣେ ମହିଳା ପ୍ରଂଶସକ ଲେଖିଛନ୍ତି  ଯେଉଁ ମଣିଷ ଭୁଲ୍ କୁ କ୍ଷମା କରିବାର ଶକ୍ତି ନାହିଁ ସେ କେବେ ଆଗକୁ ବଢ଼ିପାରିବ ନାହିଁ । ଆଉ ବେଦୀରେ ବସି ଦଶ, ଦଶ ଦୋଷକୁ କ୍ଷମା କରିବାକୁ କଥା ଦେଇ ଯଦି ଶେଷ ମୁହୁର୍ତ୍ତରେ ଏଥିରୁ ବିରତ ରହିବ ତେବେ ଆଉ କଣ କୁହାଯାଇପାରେ ବୋଲି ସେ ଲେଖିଛନ୍ତି ।  ଭଗବାନଙ୍କ ଉପରେ ଭରସା କରି ଘର କଥାକୁ ଘରେ ରଖି ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କର ବୋଲି ଅନୁଭବଙ୍କୁ ପରାମର୍ଶ ଦେଇଛନ୍ତି ସଂପୃକ୍ତ ମହିଳା ଫେସବୁକ୍ ୟୁଜର୍ସ ।  

Share this story

World Odia Language Conferene