ବଲିଉଡରେ ‘ପର୍ଣ୍ଣ ପଲିଟିକ୍ସ’: ଉର୍ମିଳା-କଙ୍ଗନା କଳିରେ କିଏ ହେଉଛି ଖୁସି?

ବଲିଉଡରେ ‘ପର୍ଣ୍ଣ ପଲିଟିକ୍ସ’: ଉର୍ମିଳା-କଙ୍ଗନା କଳିରେ କିଏ ହେଉଛି ଖୁସି?
ବଲିଉଡରେ ‘ପର୍ଣ୍ଣ ପଲିଟିକ୍ସ’: ଉର୍ମିଳା-କଙ୍ଗନା କଳିରେ କିଏ ହେଉଛି ଖୁସି?

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡର ଲାଇଟ୍ସ –କ୍ୟାମେରା ଓ ଆକ୍ସନ ଆଳରେ କେବଳ ଚାଲେ ଏଣ୍ଟରଟେନମେଣ୍ଟ-ଏଣ୍ଟରଟେନମେଣ୍ଟ- ଏଣ୍ଡ ଏଣ୍ଟରଟେନମେଣ୍ଟ । କେତେବେଳେ ଡ୍ରଗ୍ସକୁ ନେଇ ଦଲାଲଗିରି ତ ପୁଣି ମନି-ହନି-ସେକ୍ସ ଓ ମର୍ଡରକୁ ନିନ୍ଦିତ ବଲିଉଡ୍ । କଳା ଦୁନିଆର କଳା କାହାଣୀ ଏବେ ଗୋଟି ଗୋଟି ହୋଇ ସାମ୍ନାକୁ ଆସୁଛି । ବାଧିବା ଲୋତଙ୍କୁ ବାଧୁଛି ଆଉ କିଛି ସବୁ ଜାଣିଶୁଣି ଚୁପ୍ ରହୁଛନ୍ତି । ଅନେକ ତ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ନା କିଛି କହୁଛନ୍ତି ନା ବଲିଉଡ୍ କୁ ହୋଇଥିବା ସମାଲୋଚନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସୁବିଧାବାଦୀ ସଲମାନ ଖାନ୍, ବିବାଦ ଅଢୁଆଳରେ ନିଜକୁ ରଖୁଥିବା ଆମୀର ଖାନ୍ ଏବଂ ସବୁଠୁ ଚାଲାକ ଶାହାରୁଖ୍ ଖାନ୍ ବି ଏବେ ଚୁପ୍ ରହିଛନ୍ତି ।

ବଲିଉଡରେ ‘ପର୍ଣ୍ଣ ପଲିଟିକ୍ସ’: ଉର୍ମିଳା-କଙ୍ଗନା କଳିରେ କିଏ ହେଉଛି ଖୁସି?

ସେପଟେ କିନ୍ତୁ ବଲିଉଡର ଧଜିଆ ଉଡ଼ାଇ ଚାଲିଥିବା କୁଇନ୍ କଙ୍ଗନା ରାନାୱତ ବଲିଉଡତୁ ନେଇ ଦେଉଛନ୍ତି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ବୟାନ । କଙ୍ଗନାକୁ କିନ୍ତୁ ଅନେକ ସମାଲୋଚନା କରିବାକୁ ଆସୁଥିଲେ ବି ସେ ସବୁର ମୁହଁତୋଡ ଜବାବ ଦେଉଛନ୍ତି କଙ୍ଗନା ।

ନିକଟରେ ସଂସଦରେ ସାଂସଦ ଜୟା ବଚ୍ଚନ ବଲିଉଡର ଛବି ଖରାପ କରାଯାଉଥିବା ଅଭିଯୋଗ ଆଣିଥିଲେ । ଏବେ ଉର୍ମିଳା ମାତୋଣ୍ଡକର ମଧ୍ୟ କଙ୍ଗନାଙ୍କ ହରକତକୁ ନିନ୍ଦା କରିଛନ୍ତି । କଙ୍ଗନା କିନ୍ତୁ ଛାଡ଼ିବା ଝିଅ ନୁହନ୍ତି ଆଟାକର ପାଲାଟା ପଲଟୱାର କରିଛନ୍ତି କଙ୍ଗନା ।

କଙ୍ଗନା କହିଛନ୍ତି ଯେ, ମୁଁ ଆଜି ଉର୍ମିଲା ମାତୋଣ୍ଡକର ଦେଇଥିବା ସାକ୍ଷାତକାର ଦେଖିଲି | ସେ ସାକ୍ଷାତକାର ମାଧ୍ୟମରେ ମୋତେ ଟାର୍ଗେଟ କରିଥିଲେ | ବିଜେପି ଟିକେଟ ପାଇବା ପାଇଁ ମୁଁ ଏହା କରୁଛି ବୋଲି ସେ କହିଥିଲେ। ଟିକେଟ୍ ପାଇବା ମୋ ପାଇଁ କଷ୍ଟସାଧ୍ୟ ନୁହେଁ। ଟିକେଟ ପାଇବା ପାଇଁ ନିଜ ଜୀବନ ସହିତ ଖେଳିବା ଏବଂ ନିଜ ସମ୍ପତ୍ତି ନଷ୍ଟ କରିବାର ଆବଶ୍ୟକତା ନାହିଁ | ଉର୍ମିଲା ମାତୋଣ୍ଡକର ନିଜ ଅଭିନୟ ପାଇଁ ନୁହେଁ ବରଂ ସଫ୍ଟ ପର୍ଣ୍ଣପାଇଁ ଜଣାଶୁଣା | ଯଦି ସେ ଟିକେଟ୍ ପାଇପାରିଲେ ତେବେ ମୁଁ ମଧ୍ୟ ଟିକେଟ୍ ପାଇ ପାରିବି | ସେଥିପଇଁ ମୋତେ ନିଜର କ୍ଷତି କରିବାର କୌଣସି ଆବଶ୍ୟକତା ନାହିଁ।

ସମଗ୍ର ଦେଶ ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ବିପଦର ସମ୍ମୁଖୀନ ହେଉଛି। କଙ୍ଗନା ଜାଣନ୍ତି କି ହିମାଚଳ ଡ୍ରଗ୍ସର ଉତ୍ପତ୍ତି କେନ୍ଦ୍ର ଅଟେ? ସେ ନିଜ ରାଜ୍ୟରୁ ଡ୍ରଗ୍ସ ନିଷେଧ କରିବା ଅଭିଯାନ ଆରମ୍ଭ କରିବା ଉଚିତ୍ ବୋଲି କହିଥିଲେ ଉର୍ମିଳା।

Share this story

World Odia Language Conferene