ମୋଗଲ ରାଜବଂଶର ରହିବନି ଚିହ୍ନବର୍ଣ୍ଣ; ତାଜମହଲ ପାଖରେ ଥିବା ଏହି ମ୍ୟୁଜିୟମର ନା ବଦଳାଯିବ, ଏମିତି ଉତ୍ତର ଦେଲେ ୟୁପି ମୁଖ୍ୟମନ୍ତ୍ରୀ

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତରପ୍ରଦେଶରେ ଗୋଲାମୀ ମାନସିକତାର କୌଣସି ଚିହ୍ନ ରଖାଯିବନାହିଁ । ଏଭଳି ଟିପ୍ପଣୀ ସହ ଏକ ବଡ଼ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ଘୋଷଣା କରିଛନ୍ତି ଯେ, ଆଗ୍ରା ସହରରେ ଥିବା ମୋଗଲ ମ୍ଯୁଜିୟମର ନାଁ ପରିବର୍ତ୍ତନ ହେବ । ତାଜମହଲ ନିକଟରେ ଥିବା ମୋଗଲ ମ୍ୟୁଜିୟମର ନାଁ ପରିବର୍ତ୍ତନ ହୋଇ ଛତ୍ରପତି ଶିବାଜୀ ମହାରାଜ ରଖାଯିବ । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

୨୦୧୫ରେ ତତ୍କାଳୀନ ସମାଜବାଦୀ ପାର୍ଟି ସରକାର ଅଧୀନରେ ଏହି ପ୍ରକଳ୍ପକୁ ମଂଜୁରି ମିଳିଥିଲା । ମୋଗଲ ସାମ୍ରାଜ୍ୟ ଇତିହାସ, ସଂସ୍କୃତି, ବେଶଭୂଷା ସଂପର୍କିତ ତଥ୍ୟ ଦର୍ଶକ ପାଇପାରିବେ । ଏହି ମ୍ଯୁଜିୟମର କାମ ଚାଲିଥିବାବେଳେ ଖୁବ୍ ଶୀଘ୍ର ଏହାର ନବୀକରଣ ରୂପ ଦେଖିବାକୁ ମିଳିବ ।

ଏହା ପ୍ରଥମ ଥର ନୁହେଁ ଯେ, ଉତ୍ତର ପ୍ରଦେଶରେ କୌଣସି ଅନୁଷ୍ଠାନ, ସଂସ୍ଥା କିମ୍ବା କିର୍ତ୍ତୀରାଜିର ନାମ ପରିବର୍ତ୍ତନ ହୋଇଛି । ଯୋଗୀ ସରକାର ଅନେକ ସହର ଓ ରେଳ ଷ୍ଟେସନ, ସଂସ୍ଥା ଓ ସଂଗଠନର ନାମ ପରିବର୍ତ୍ତନ କରିସାରିଛନ୍ତି ।

Share this story

World Odia Language Conferene