ଗାର୍ଲଫ୍ରଣ୍ଡଙ୍କୁ ଇମ୍ପ୍ରେଶ୍ କରିବା ପାଇଁ ଏମିତି କିଛି କରିଲା ରସିକ ପ୍ରେମିକ, ଠିକଣା ଜାଗାରେ ପାନେ ଦେଲା ୱେଟର

dating

ଓଡ଼ିଆ ଗସିପ ବ୍ୟୁରୋ: ପ୍ରାୟ ସମସ୍ତେ ତାଙ୍କର ପ୍ରଥମ ଡେଟରେ ସାଥିଙ୍କ ହୃଦୟ ଜିତିବାକୁ ଚାହିଁ ଥାଆନ୍ତି । ଏଥିପାଇଁ ସେମାନେ ଅନେକ ପ୍ରକାରର ପୂର୍ବ ପ୍ରସ୍ତୁତି ମଧ୍ୟ କରିଥାନ୍ତି । ବେଳେ ବେଳେ ଲୋକମାନେ ତାଙ୍କ ଗାର୍ଲଫ୍ରଣ୍ଡଙ୍କୁ ଇମ୍ପ୍ରେଶ୍ କରିବା ଚକରରେ ଏମିତି କିଛି କାରନାମା କରିଦିଅନ୍ତି ଯାହାକି ତାଙ୍କୁ ପଛରେ ଭାରି ପଡ଼େ । ସେମିତି ଗୋଟିଏ ଅଜବ ଘଟଣା ଆମେରିକାରେ ଦେଖିବାକୁ ମିଳିଛି ।

ଏଠାକାର ଗୋଟିଏ ହୋଟେଲର ୱେଟର ତାଙ୍କ ସହ ଘଟିଥିବା ଗୋଟିଏ ଘଟଣା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହି ଘଟଣା ବିଷୟରେ ଜାଣିବା ପରେ ଆପଣ ହସିବେତ ନିଶ୍ଚୟ ତାସହ କ୍ରୋଧ ମଧ୍ୟ କରିବେ ।

ଭିଡ଼ିଓରେ ୱେଟର ଜଣଙ୍କ କହିଛନ୍ତି ଯେ ତାଙ୍କ ହୋଟେଲକୁ ଆସିଥିବା ଜଣେ ବ୍ୟକ୍ତି ତାଙ୍କ ଫାର୍ଷ୍ଟ ଡେଟ୍ ବା ସାଙ୍ଗରେ ଥିବା ଝିଅକୁ ପ୍ରଭାବିତ କରିବା ପାଇଁ ଅନେକ ଜିନିଷ ଅର୍ଡର କରିଥିଲେ । ସେଥିପାଇଁ ମନ ଇଚ୍ଛା ଖର୍ଚ୍ଚ ମଧ୍ୟ କରିଥିଲେ । ସେ ଏତେ ଖର୍ଚ୍ଚ କରିଥିଲେ ଯେ କେବଳ ଦୁଇ ଜଣଙ୍କ ବିଲ୍ ୨୮୯ ଡଲାର ଅର୍ଥାତ୍ ୨୦,୯୩୪.୯୯ ଟଙ୍କା ହୋଇଥିଲା ।

ତେବେ ସେତିକିରେ ବ୍ୟକ୍ତିଙ୍କର ରସିକ ପଣ ସରିନଥିଲା । ବ୍ୟକ୍ତି ଜଣଙ୍କ ଝିଅଟିକୁ ଇମ୍ପ୍ରେଶ୍ କରିବା ପାଇଁ ଏତେ ଆତୁର ଥିଲେ ଯେ ସେ ୱେଟ୍ରେସ୍ ପାଇଁ ୧୦୦ ଡଲାର ଅର୍ଥାତ୍ ୭,୨୪୪ ଟଙ୍କା ଟିପ୍ ଛାଡିଥିଲେ । ୱେଟ୍ରେସ୍ ମନେ ମନେ ଖୁସି ଅନୁଭବ କରୁଥିବା ବେଳେ ବ୍ୟକ୍ତି ଜଣକ ଅଳ୍ପ ସମୟ ମଧ୍ୟରେ ଏକାକୀ ଫେରି ଆସି ତାଙ୍କର ପରିବର୍ତ୍ତିତ ଭାବଭାଙ୍ଗି ଦେଖାଇଥିଲେ । ଯାହାକୁ ଦେଖି ସେଠାରେ ଥିବା ଲୋକମାନେ ଭୟଭୀତ ହୋଇଥିଲେ ।

ବାସ୍ତବରେ, ସେ ୨୦ ଡଲାର ଟିପ୍ସରେ ରଖି ବାକି ୮୦ ଡଲାର ଫେରାଇବା ପାଇଁ ୱେଟ୍ରେସଙ୍କୁ ଜୋର ପାଟି କରି ମାଗିଥିଲେ । ଝିଅ ସାମ୍ନାରେ ଭଦ୍ର ଦେଖେଇ ହେଉଥିବା ସେହି ବ୍ୟକ୍ତି ଏକାକୀ ସମୟରେ ଗୋଟିଏ ପିସାଚଠୁ କମ୍ ମନେ ହେଉ ନଥିଲେ ବୋଲି ୱେଟ୍ରେସ୍ କହିଛନ୍ତି ।

ୱେଟ୍ରେସ୍ ଚାହୁଁଥିଲେ ଯେ ଝିଅଟି ତାଙ୍କ ବାସ୍ତବତା ଜାଣନ୍ତୁ ଏବଂ ସେ ମଧ୍ୟ ଏକ ସୁଯୋଗ ପାଇଥିଲେ । ବାସ୍ତବରେ, ଟିପ୍ସ ଫେରାଇବା ପରେ, ଏକ ନୂତନ ବିଲ୍ ପ୍ରସ୍ତୁତ ହୋଇଥିଲା ଯେଉଁଥିରେ ବ୍ୟକ୍ତି ଜଣକ ଦସ୍ତଖତ କରିବାକୁ ଭୁଲିଯାଇଥିଲେ ।

ରେକର୍ଡର ଆବଶ୍ୟକତା ଦର୍ଶାଇ ୱେଟ୍ରେସ୍ ତାଙ୍କ ପଛେ ପଛେ ଦୌଡିବାକୁ ଲାଗିଥିଲେ ଏବଂ ଚତୁରତାର ସହ ପୁରା ଘଟଣାକୁ ଉଚ୍ଚ ସ୍ୱରରେ ଝିଅ ସାମ୍ନାରେ ପୁନରାବୃତ୍ତି କରି ସମସ୍ତ କଥା ଶୁଣେଇବାକୁ ଲାଗିଥିଲେ । ଏହାପରେ ଲୋକଟିର ଅବସ୍ଥା କଣ ହୋଇଥିବ ଆପଣ ଅନୁମାନ କରିପାରୁ ଥିବେ ନିଶ୍ଚୟ । ତେବେ ସୋସିଆଲ ମିଡିଆରେ ଏବେ ଭିଡ଼ିଓଟି ବେଶ ଭାଇରାଲ ହେବା ସହ ଲୋକମାନେ ଅନେକ ମଜାଳିଆ କମେଣ୍ଟ ଦେଇ ୱେଟ୍ରେସ୍ ଠିକ୍ କରିଛି ବୋଲି କହିଛନ୍ତି ।

Share this story