ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ୍ ପିନ୍ଧା ମହିଳାଙ୍କ ଶବ ରାସ୍ତାରେ ପଡ଼ିଥିବା ସୁଟ୍କେସ୍ରୁ ଉଦ୍ଧାର କଲା ପୋଲିସ

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ସୁଟ୍କେସ୍ ଭିତରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି, କେନ୍ଦ୍ରୀୟ ମୁମ୍ବାଇର କୁର୍ଲା ଅଞ୍ଚଳର ରାସ୍ତା ଉପରେ ପଡ଼ିଥିବା ଗୋଟାଏ ସୁଟ୍କେସ୍ ଭିତରୁ ଜଣେ ମହିଳାଙ୍କ ଶବକୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ।
ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
ମୁମ୍ବାଇ ପୁଲିସର ଜଣେ ଅଧିକାରୀ କହିଛନ୍ତି, ମେଟ୍ରୋ ପ୍ରକଳ୍ପ ଚାଲିଥିବା ଶାନ୍ତିନଗର ଅନ୍ତର୍ଗତ ସି. ଏସ୍. ଟି. ରୋଡ୍ରେ ସୁଟ୍କେସ୍ଟି ପରତ୍ୟକ୍ତ ଅବସ୍ଥାରେ ପଡ଼ିଛି ବୋଲି ଅପରାହ୍ଣ ପ୍ରାୟ ୧୨.୩୦ରେ ସୂଚନା ପାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଥିରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି
ଅଧିକ ପଢନ୍ତୁ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଏହି ରାଶିର ଲୋକେ ଚିନ୍ତାରେ ରହିବେ, ପଢନ୍ତୁ ଆଜିର ରାଶିଫଳ
ବ୍ୟବଚ୍ଛେଦ ନିମନ୍ତେ ସେ ମହିଳାଙ୍କ ଶବକୁ ଏକ ‘ସିଭିକ୍ ହସ୍ପିଟାଲ୍’କୁ ପଠାଯାଇଛି। କିନ୍ତୁ, ଏ ପର୍ଯ୍ୟନ୍ତ ସେ ମହିଳାଙ୍କ ପରିଚୟ ମିଳିନାହିଁ ବୋଲି ସେ କହିଛନ୍ତି। ମୁମ୍ବାଇ ପୁଲିସ ଆହୁରି ମଧ୍ୟ କହିଛି, ଶବକୁ ଦେଖିଲେ ଜଣାପଡୁଛି ମୃତା ମହିଳାଙ୍କ ବୟସ ୨୫ରୁ ୩୫ ବର୍ଷ ମଧ୍ୟରେ ହେବ। ସେ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ୍ ପିନ୍ଧିଛନ୍ତି।
ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ସେ ମହିଳାଙ୍କ ଶବରେ କୌଣସି କ୍ଷତ ଚିହ୍ନ ନାହିଁ। ବୋଧହୁଏ ଶ୍ବାସରୁଦ୍ଧ କରି ତାଙ୍କୁ ହତ୍ୟା କରାଯାଇଛି। ତାଙ୍କର ପରିଚୟ ମିଳିଲେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିବ। ‘ଆଇପିସି’ ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ କରି ସିସିଟିଭି ଆଧାରରେ ସନ୍ଧାନ କରାଯାଉଛି ବୋଲି ପୁଲିସ କହିଛି।
ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ