୨୪ ଘଣ୍ଟାରେ ଦୁଇଥର ବିବାହ କଲେ ମହିଳା, ବିବାହ ପୂର୍ବରୁ ସ୍ୱାମୀଙ୍କ ସହ ରଖିଥିଲେ ଏହି ସର୍ତ୍ତ...

woman married twice in 24 hours know details

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଥମେ ସ୍ୱାମୀଙ୍କୁ ବିବାହ କରି ରହୁଥିଲେ ବିହାରର ଜଣେ ମହିଳା । ୨୪ ଘଣ୍ଟା ନ ବିତୁଣୁ ମହିଳା ଜଣଙ୍କ ଦୁଇଥର ବିବାହ କରିଛନ୍ତି ଯାହା ଜାଣିଲେ ଆପଣ ତାଯୁବ ହେବେ । ପ୍ରଥମେ ଭଣଜା ପରେ ସ୍ୱାମୀଙ୍କୁ ବିବାହ କରିଛନ୍ତି ଉକ୍ତ ମହିଳା । ସମ୍ପର୍କର କାହାଣୀ ପୁରା ଜଟିଳ ଲାଗିବ କିନ୍ତୁ ସତ ।

ଏହି କାହାଣୀ ନକଲି ପ୍ରେମ, ପ୍ରତାରଣା ଏବଂ ସ୍ୱାମୀଙ୍କ ପ୍ରକୃତ ପ୍ରେମ ସହିତ ବୁଣା ହୋଇଥିବା ବେଳେ ବିବାହର ୧୨ ବର୍ଷ ପରେ, ମାଉସୀଙ୍କ ପ୍ରେମରେ ପଡିଯାଇଥିଲେ ଭଣଜା । ପରେ ମାଉସୀଙ୍କୁ ପାଇବା ପାଇଁ ଭଣଜା ବାରମ୍ଵାର ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ଆଉ ଶେଷରେ ମାଉସୀଙ୍କୁ ନିଜ ପ୍ରେମ ଜାଲରେ ଫସେଇ ଦେଇଥିଲେ ଭଣଜା । ଆଉ ମାଉସୀ ବି ଭଣଜାକୁ ପ୍ରେମ କରି ବସିଥିଲେ ।

ସେପଟେ ସ୍ୱାମୀ ଜଣେ ରାଜମିସ୍ତ୍ରୀ ଥିବାରୁ ବହୁ ସମୟରେ ସେ କାର୍ଯ୍ୟ ପାଇଁ ଘରୁ ଦୂରରେ ରହୁଥିଲେ ତେଣୁ ଏହାର ସୁଯୋଗ ନେଇ ଭଣଜା ମାଉସୀଙ୍କୁ ପ୍ରେମ ଜାଲରେ ସହଜରେ ପକାଇଥିଲେ । ଏମିତି ବାରମ୍ବାର ଭଣଜା ମାଉସୀଠାରୁ ସୁଖ ପାଇଚାଲିଥାଏ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଅର୍ଥ ସାଜିଛି ବାଧକ, ଏହି କାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖଭରା ଚିଠି ଲେଖିଲା କୁନି ଝିଅ ଶୁଭଲକ୍ଷ୍ମୀ, ପଢ଼ନ୍ତୁ କ'ଣ ରହିଛି ଦାବି ?

ଦିନକର କଥା ଯେତେବେଳେ ଭଣଜା ତାଙ୍କ ମାଉସୀଙ୍କୁ ଭେଟିବାକୁ ଆସିଥିଲେ, ସ୍ୱାମୀ ଦୁହିଁଙ୍କୁ ରଙ୍ଗେ ହାତରେ ଧରିଥିଲେ । କ୍ରୋଧ ପ୍ରକାଶ କରିବା ପରିବର୍ତ୍ତେ, ସେ ନିଜ ପ୍ରେମକୁ ବଳିଦାନ ଦେଇ ଉଭୟଙ୍କ ବିବାହ କରି ଖୁସିରେ ପଠାଇ ଥିଲେ ।

ହେଲେ ଭଣଜାଙ୍କ ପ୍ରେମ ୨୪ ଘଣ୍ଟା ପର୍ଯ୍ୟନ୍ତ ବି ରହିଲା ନାହିଁ ଏବଂ ସେ ନିଜ ମାଉସୀଙ୍କୁ ଛାଡି ପଳାଇ ଯାଇଥିଲା । ସ୍ତ୍ରୀ ପୁଣିଥରେ ତାଙ୍କ ସ୍ୱାମୀଙ୍କ ନିକଟକୁ ଉଦାସ ହୋଇ ଫେରିଥିଲେ । ସବୁ କଥା ଶୁଣିବା ପରେ ଏବଂ ଭଣଜା ତାଙ୍କୁ ଧୋକା ଦେଇଥିବା ଜାଣିବା ପରେ ସ୍ୱାମୀ ମଧ୍ୟ ତାଙ୍କ ଭୁଲକୁ କ୍ଷମା କରି ପୁନର୍ବାର ତାଙ୍କୁ ନିଜର କରିବେ ବୋଲି ମନସ୍ଥ କରିଥିଲେ ।

ସେ ପୁଣି ଥରେ ମହିଳାଙ୍କ ମୁଣ୍ଡରେ ସିନ୍ଦୁର ଦେଇ ବାହା ହୋଇଥିଲେ । ଏହି ନିଆରା ପ୍ରେମ ଓ ବିବାହ କାହାଣୀ ବିହାରର ଝିକଟିଆ ପଂଚାୟତର ଖଗଡିଆଁ ଗ୍ରାମରେ ଘଟିଛି ଯାହା ସେହି ଅଂଚଳରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

Share this story