ଚୋରିର ଲାଇଭ ଭିଡ଼ିଓ ଦେଖନ୍ତୁ: ମହିଳା ଜଣଙ୍କ କେମିତି ଏତେ ଟଙ୍କାର ଦାମୀ ସୁନା ହାର ନିଜ ଶାଢ଼ୀ ଭିତରେ ଲୁଚାଇ ନେଉଛନ୍ତି...

ଓଡ଼ିଆ ଗସିପ ବ୍ୟୁରୋ: ସିସିଟିଭିରେ କଏଦ ହୋଇଛି ଏକ ଚୋରି ଯାହା ଭାରି ଚାଲାଖି ସହ ଚୋରା ଏହାକୁ ଅଞ୍ଜମ ଦେଇଛନ୍ତି । ସେ ପୁଣି କୌଣସି ପୁରୁଷ ନୁହନ୍ତି ବରଂ ଜଣେ ମହିଳା ।
ଗୋରଖପୁରର ଗୋଲଘରରେ ଥିବା ଏକ ସୁନା ଦୋକାନରେ ଏଭଳି ଘଟଣା ଘଟିଛି । ମହିଳା ଜଣଙ୍କ ଗ୍ରାହକ ସାଜି ଆସି ବେଶ ଚତୁରତାର ସହ ଚୋରି କରି ଫେରାର ହେବା ବେଳର ଘଟଣା ସିସିଟିଭିରେ କଏଦ ହେବା ପରେ ଭାଇରାଲ ହେଉଛି ।
ଭିଡିଓରେ ଦେଖାଯାଉଥିବା ଦୃଶ୍ୟ ଅନୁଯାୟୀ କିଛି ଗ୍ରାହକ ଅଳଙ୍କାର ଦୋକାନରେ ଉପସ୍ଥିତ ଅଛନ୍ତି । ସେମାନଙ୍କ ମଧ୍ୟରେ କଳା ଚଷମା ପିନ୍ଧିଥିବା ମହିଳା ଅଛନ୍ତି । ସେ ବହୁତ ଧନୀ ଭଳି ଲାଗୁଛନ୍ତି ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଠର ସ୍ୱାଦ ଚଖାଇ 22 ବର୍ଷୀୟ ମଳିକିଆଣିକୁ 55 ବର୍ଷୀୟ ଚାକର କରିନେଲେ ଜୀବନ ସାଥି, ମଟନ ଝୋଳ ପରି ଥିଲା ତାଙ୍କ ପ୍ରେମ କାହାଣୀ...
ହେଲେ କଥା ହେବା ଆଳରେ ସେ ଗୋଟିଏ ହାରକୁ କୋଳକୁ ନେଇ ଲୁଚାଇ ଦେଉଛନ୍ତି । କେହି ସେ କଥାକୁ ନେଇ ସନ୍ଦେହ କରନ୍ତି ନାହିଁ । ପରେ ସେ ସେଠାରୁ ଫେରାର ହୋଇଯାଉଛନ୍ତି ।
ପୁରା ଘଟଣା ପରେ ଦୋକାନ ମାଲିକ ଅଳଙ୍କାର ସେଟ୍ ଯାଞ୍ଚ କରିଥିଲେ । ସେଥିରେ ଗୋଟିଏ ସେଟ୍ କମ୍ ପାଇଥିଲେ । ଏହାକୁ ନେଇ ଶୋ' ରୁମ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଦେଖନ୍ତୁ ଭିଡ଼ିଓ :
ମାଲିକ ପ୍ରଥମେ ତାଙ୍କ କର୍ମଚାରୀଙ୍କୁ ସନ୍ଦେହ କରିଥିଲେ । କିନ୍ତୁ ସିସିଟିଭି ଫୁଟେଜ ଦେଖାଯିବା ପରେ ମହିଳାଙ୍କ ଚୋରି ଘଟଣା ସାମ୍ନାକୁ ଆସିଥିଲା । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଏନେଇ ଦୋକାନ ମାଲିକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।