ଯାଆଁଳା ଛୁଆ ହେଲା, ହେଲେ ୨ଜଣଙ୍କ ବାପା ଅଲଗା-ଅଲଗା, ଏମିତି ଧରା ପଡିଲା ସ୍ତ୍ରୀର ରାସଲୀଳାର ରହସ୍ୟ

Father issue

ଓଡ଼ିଆ ଗସିପ ବ୍ୟୁରୋ: ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା ଆପଣଙ୍କୁ  ଖୁବ୍‌ ଆଶ୍ଚର୍ଯ୍ୟ କରିବ । ଅନେକ ମାମଲା ଅଛି, ଯାହାକୁ ବିଶ୍ୱାସ କରିବା ବି ବହୁତ କଷ୍ଟକର ହୋଇପାରେ । ଜନ୍ମ ହେଲା ୨ଟି ଯାଆଁଳା ଛୁଆ । ହେଲେ ୨ ଟି ଛୁଆର ବାପା ଅଲଗା ଅଲଗା ।

କଥାଟା ଅଡୁଆ ଲାଗୁଥିଲେ ବି ସତ । ଚାଇନାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଏହା ଜାଣିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଏହି ପିଲାମାନଙ୍କର ଗୋଟିଏ ନୁହେଁ ଦୁଇଜଣ ପିତା ଅଛନ୍ତି ।

DNA ରିପୋର୍ଟ ଆସିବା ପରେ ଏସବୁର ପର୍ଦ୍ଦାଫାସ୍‌ ହୋଇଛି । ପତ୍ନୀର ଚୋରାପୀରତି ମଧ୍ୟ ଧରା ପଡିଯାଇଛି । ଚାଇନା ରେ ସାମ୍ନାକୁ ଆସିଥିବା ଏହି ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ସ୍ୱାମୀ ତାଙ୍କ ପତ୍ନୀଙ୍କ ଧୋକା ବିଷୟରେ ଯାଆଁଳା ଛୁଆ ହେବା ପରେ ଜାଣିଥିଲେ ।

ନବଜାତ ଶିଶୁମାନଙ୍କର ଜନ୍ମ ପ୍ରମାଣପତ୍ର ପାଇଁ ଡାକ୍ତରମାନେ DNA ପରୀକ୍ଷା କରିଥିଲେ । ରିପୋର୍ଟ ଆସିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ମହିଳାଙ୍କ ଯାଆଁଳା ଛୁଆ ଙ୍କର ପିତା ଅଲଗା-ଅଲଗା । ଦୁଇ ପିଲା ଙ୍କ DNA ଅଲଗା ଥିଲା । ଯେତେବେଳେ ତାଙ୍କ ସ୍ୱାମୀ ଏହା ଜାଣିଲେ, ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।

ବ୍ୟକ୍ତି ଜଣକ କହିଛନ୍ତି ଯେ ସେ କେବେ ଜାଣି ନାହାଁନ୍ତି ଯେ ତାଙ୍କ ପତ୍ନୀ ଅନ୍ୟ କାହା ସହିତ ସମ୍ପର୍କ ରଖିଛନ୍ତି ବୋଲି ।

ଡାକ୍ତର କହିଛନ୍ତି ଯେ, ଏଭଳି ମାମଲା କୋଟିରେ ଗୋଟିଏ । ଯେତେବେଳେ ଜଣେ ମହିଳା ଗୋଟିଏ ମାସରେ ଦୁଇଟି ଅଣ୍ଡା ଛାଡିଦିଅନ୍ତି । ଏହା ପରେ ଅଳ୍ପ ସମୟ ରେ 2 ଜଣ ଙ୍କ ସହିତ ସମ୍ପର୍କ ରଖିଲେ । ଏପରି ପରିସ୍ଥିତିରେ ଜଣେ ମହିଳା ଯାଆଁଳା ସନ୍ତାନ ଜନ୍ମ ଦିଅନ୍ତି, ହେଲେ ସେମାନଙ୍କ ବାପା ଅଲଗା-ଅଲଗା ହୋଇପାରନ୍ତି ।

Share this story