ବିବାହ କରିବାକୁ ଆସିଲେ, ହେଲେ ପରେ ଗାଏବ ହୋଇ ଯାଇଥିଲେ ମହିଳା, ୪ ଦିନ ପରେ ସୁଟକେସରୁ ମିଳିଲା…

married couple

ଓଡ଼ିଆ ଗସିପ ବ୍ୟୁରୋ: ବହାଘରକୁ ନେଇ ସମସ୍ତଙ୍କର କିଛି ନା କିଛି ସ୍ୱପ୍ନ ଥାଏ । ସମସ୍ତଙ୍କ ର ସ୍ବପ୍ନ ଥାଏ ଭଲ ଜୀବନ ସାଥୀ ଟେ ପାଇବାକୁ । ଆଉ ସତରେ ସେମିତି ଯଦି ହେଇଯାଏ ତାହେଲେ ଜୀବନ ସାର୍ଥକ ହେଇଯାଏ । ହେଲେ ଯଦି ଭୁଲ ସାଥୀ ଟିଏ ମିଳିଯାଏ ତାହେଲେ ଜୀବନ ନଷ୍ଟ ହେଇଯାଏ ।

ଆଉ ଯଦି ବିବାହ ପାଇଁ ଜୀବନ ଚାଲିଯାଏ ୟାଠୁ ବଡ ଦୁଃଖ ବା ଆଉ କଣ ହେଇପାରେ । ଆମେ ଆଜି ଏମିତି ଏକ କାହାଣୀ ବିଷୟରେ କହିବୁ ଯାହା ଆପଣଙ୍କ ଛାତି ଥରେଇଦେବ । ବ୍ରିଟେନର ୫୨ ବର୍ଷର ମହିଳା ବିବାହ ପାଇଁ ବହୁତ ସ୍ୱପ୍ନ ଦେଖିଥିଲେ । ଏହା ସହିତ ବିବାହ ମଧ୍ୟ କରିଥିଲେ, କିନ୍ତୁ ସେ ଭାବି ନଥିଲେ ଯେ ଏହି ବିବାହ ତାଙ୍କ ମୃତ୍ୟୁର କାରଣ ହେବ । ବିବାହର ଚାରି ଦିନ ପରେ ମହିଳାଙ୍କ ମୃତଦେହ ଏକ ସୁଟକେସରେ ମିଳିଥିଲା ।

ଖବର ଅନୁଯାୟୀ ବ୍ରିଟେନର ୫୨ ବର୍ଷିୟ ଡନ୍ ୱାକର ଗତ କିଛି ଦିନ ତଳେ ଥୋମାସ ନାଟ ନାମକ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ବିବାହର ଚାରି ଦିନ ପରେ ପଶ୍ଚିମ ନ୍ୟୁୟର୍କର ହାଲିଫ୍ୟାକ୍ସର ଏକ ବୁଦା ଭିତରୁ ଡନ୍ ୱାକରଙ୍କ ମୃତଦେହ ମିଳିଥିଲା । ତାଙ୍କ ସ୍ୱାମୀ ଥୋମାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସନ୍ଦେହ କରାଯାଉଛି ଯେ ମହିଳା ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଛି । ତେବେ ମହିଳାଙ୍କ ଘର ନିକଟରୁ ଜଣେ ବ୍ୟକ୍ତି ଯାଉଥିବା ବେଳେ ତାଙ୍କୁ ଦୁର୍ଗନ୍ଧ ହେଇଥିଲା । ଏହା ପରେ ତାଙ୍କୁ ଏକ ସୁଟକେସ୍ ଦେଖାଯାଇଥିଲା । ତାଙ୍କୁ ସନ୍ଦେହ ହେବାରୁ ସେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ମାମଲାର ତଦନ୍ତରେ କରିଥିଲେ ।

ହେଲେ ୱାକରଙ୍କ ହତ୍ୟାରେ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତାଙ୍କ କହିବାନୁସାରେ, ୱାକର ଏବଂ ଥୋମାସ୍ ବହୁ ବର୍ଷ ଧରି ସମ୍ପର୍କ ରହିଥିଲେ ଏବଂ ଉଭୟ ଜାନୁଆରୀ ୨୦୨୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଉଭୟ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ମାସ ମାସ ଧରି ଯୋଜନା କରିଥିଲେ। ଶେଷରେ ଦୁହେଁ ବିବାହ କରିଥିଲେ। ଏଭଳି ମୃତ୍ୟୁ କୁ ନେଇ  ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ବନ୍ଧୁ ଏବଂ ସମ୍ପର୍କୀୟ। ପୂର୍ବରୁ ଡନ୍ ୱାକର୍ଙ୍କର ୨ଟି ସନ୍ତାନ ଥିଲେ । ଦୁହିଁଙ୍କ ମଧ୍ୟରେ ଏମିତି କିଣ ଘଟିଛି ଯେଉଁଥି ପାଇଁ ୱାକରଙ୍କ ହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ହେଇନି ।
 

Share this story