ହାଇକୋର୍ଟଙ୍କ ବଡ ମତବ୍ୟ, ସ୍ୱାମୀଙ୍କୁ ‘କଳା’ କହି ଅପମାନିତ କଲେ ମିଳିପାରିବ ଛାଡପତ୍ର !

Wife calling hubby dark skinned is cruelty Karnataka high court
ସ୍ୱାମୀଙ୍କୁ ‘କଳା’ କହି ଅପମାନିତ କଲେ ମିଳିପାରିବ ଛାଡପତ୍ର ! କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ମତବ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱାମୀଙ୍କୁ ତାଙ୍କ ‘କଳା’ ବର୍ଣ୍ଣ ପାଇଁ ସ୍ତ୍ରୀ ଅପମାନିତ କରିବା ଏକ ନିଷ୍ଠୁରତା ଓ ଏହା ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ବୈଧ କାରଣ ହୋଇପାରିବ। ଏହି ମନ୍ତବ୍ୟ ଦେଇ କର୍ଣ୍ଣାଟକ ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। 

କୋର୍ଟ କହିଛନ୍ତି ଯେ ,ରେକର୍ଡରେ ଥିବା ସମସ୍ତ ତଥ୍ୟ ଅନୁସନ୍ଧାନ କରିବା ପରେ କୋର୍ଟ ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ପତ୍ନୀ ତାଙ୍କ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ଅନ୍ୟ କୌଣସି କାରଣ ବିନା ତାଙ୍କ ଠାରୁ ଅଲଗା ରହୁଥିଲେ। ଯାହା ସବୁଠୁ ବଡ ନିଷ୍ଠୁରତା। କଳା ରଙ୍ଗ ପାଇଁ ସ୍ବାମୀକୁ ସ୍ତ୍ରୀ ଛାଡିକରି ରହିବା ସମାଜରେ ଗ୍ରହଣୀୟ ନୁହେଁ। ନିକଟରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ୪୧ ବର୍ଷିୟା ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ଅନୁମତି ପ୍ରଦାନ କରିବା ସହ କର୍ଣ୍ଣାଟକ ହାଇକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

କୋର୍ଟ କହିଛନ୍ତି, ଉପଲବ୍ଧ ପ୍ରମାଣକୁ ଗଭୀର ଭାବେ ଅନୁଧ୍ୟାନ କରିବା ପରେ ଏହା ସ୍ପଷ୍ଟ ଯେ କଳା ବର୍ଣ୍ଣ ପାଇଁ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ସ୍ୱାମୀଙ୍କୁ ଛାଡ଼ି ଅଲଗା ରହୁଥିଲେ । ହିନ୍ଦୁ ବିବାହ ଆଇନର ଧାରା ୧୩ (୧) (ଏ) ଅନୁଯାୟୀ ଛାଡପତ୍ର ପାଇଁ ଆବେଦନକୁ ଅନୁମତି ପ୍ରଦାନ ପୂର୍ବକ ହାଇକୋର୍ଟ କହିଛନ୍ତି ଯେ, ଏହି ଦିଗକୁ ଲୁଚାଇବା ପାଇଁ ସେ (ପତ୍ନୀ) ସ୍ୱାମୀଙ୍କ ବିରୋଧରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ କରିଛନ୍ତି। ଏହା ନିଷ୍ଠୁରତା ସହିତ ସମାନ। ”

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ବାଙ୍ଗାଲୋରରେ ରହୁଥିବା ଏହି ଦମ୍ପତି ୨୦୦୭ରେ ବିବାହ କରିଥିଲେ ଏବଂ ସେମାନଙ୍କ ଏକ ଝିଅ ଅଛି । ତେବେ ସ୍ବାମୀ ଜଣକ ୨୦୧୨ରେ ବାଙ୍ଗାଲୋରର ଏକ ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ମହିଳା ଜଣକ ମଧ୍ୟ ଆଇପିସି ଧାରା ୪୯୮ଏ (ବିବାହିତା ମହିଳାଙ୍କ ପ୍ରତି ଘରୋଇ ହିଂସା) ଅନୁଯାୟୀ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମାମଲା ଦାୟର କରିଥିଲେ। 

ସେ ତାଙ୍କ ଝିଅକୁ ଛାଡ଼ି ନିଜ ବାପାମା’ଙ୍କ ସହ ରହୁଥିଲେ । ପରିବାର କୋର୍ଟରେ ସେ ଏହି ଅଭିଯୋଗକୁ ଅସ୍ୱୀକାର କରି ତାଙ୍କ ସ୍ୱାମୀ ଏବଂ ଶାଶୁ ନିର୍ଯ୍ୟାତନା ଦେଉଥିବା ପାଲଟା ଅଭିଯୋଗ କରିଥିଲେ । ଛାଡପତ୍ର ପାଇଁ ସ୍ୱାମୀଙ୍କ ଆବେଦନକୁ ପରିବାର କୋର୍ଟ ୨୦୧୭ରେ ଖାରଜ କରିଥିଲେ । ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

Share this story