ସମୀର ୱାଙ୍ଖଡେଙ୍କ ଶାଳୀ କରୁଥିଲେ କି ଡ୍ରଗ୍ସ କାରବାର, ସମୀରଙ୍କ ସମ୍ପୃକ୍ତି କୁ ନେଇ ଉତ୍ତର ମାଗିଲେ ଏନ୍‌ସିପି ନେତା

sameer and nawab

ଓଡ଼ିଆ ଗସିପ ବ୍ୟୁରୋ: ଡ୍ରଗ୍ସ ରାକେଟ୍‌ରେ ରହିଛି କି ସମୀରଙ୍କ ଶାଳୀଙ୍କ ସମ୍ପୃକ୍ତି? ଏହା ଘଟଣାର ସତ୍ୟାସତ୍ୟ କେତେ । ସତରେ କଣ ୱାଙ୍ଖଡେଙ୍କର ଶାଳୀ ଏଥିରେ ସାମିଲ୍‌ ଅଛନ୍ତି । ଆର୍ଯ୍ୟନ୍‌ ଡ୍ରଗ୍ସ କେସ୍‌ ମାମଲା ପରଠାରୁ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ ଓ ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେ ମଧ୍ୟରେ ଜାରି ରହିଛି ତୁ ତୁ ମେଁ ମେଁ । ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ଭିତରେ ଆଜି ପୁଣି ଥରେ ୱାଙ୍ଖଡେଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣିଛନ୍ତି ଏନ୍‌ସିପି ନେତା ନୱାବ ମଲିକ ।

ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ୍ ଆଜି ପୁଣି ଥରେ ‘ଏନ୍‌ସିବି’ ଅଧିକାରୀ ସମୀର ୱାଙ୍ଖେଡ଼େଙ୍କୁ ସମାଲୋଚନା କରି ପଚାରିଛନ୍ତି, ତାଙ୍କ ଶାଳୀ ହର୍ଷଦା ଦୀନାନାଥ ରେଡ୍‌କର୍‌ ଡ୍ରଗ୍‌ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି କି? ପୁଣେ କୋର୍ଟରେ ତାଙ୍କ ମାମଲା ବିଚାରାଧୀନ ଥିବାରୁ ତୁମେ ଏହାର ଉତ୍ତର ଦିଅ ।

ନବାବ ମଲିକ ଟ୍ୱିଟ କରି କିଛି ସ୍କ୍ରିନସଟ ଅପ୍‌ଲୋଡ କରିଛନ୍ତି ଯେଉଁଥିରେ ଏକ ମାମଲା ବିଷୟରେ ଉଲ୍ଲେଖ କରାଯାଇଛି । ପ୍ରମାଣସ୍ୱରୂପ ନୱାବ ମଲିକ୍ ‘ପ୍ରିଭେନ୍‌ସନ୍‌ ଅଫ୍ ଇଲିସିଟ୍‌ ଟ୍ରାଫିକ୍‌ ଇନ୍‌ ନାକ୍ରୋଟିକ୍‌ ଡ୍ରଗ୍ସ୍‌ ଆଣ୍ଡ୍‌ ସାଇକୋଟ୍ରଫିକ୍‌ ସବ୍‌ଷ୍ଟାନ୍‌ସେସ୍‌ ଆକ୍ଟ୍‌’ ରେ ୨୦୦୮ର ଏକ ମାମଲାରେ ହର୍ଷଦା ଦୀନାନାଥ ରେଡ୍‌କର୍‌ଙ୍କୁ ‘ରେସ୍‌ପଣ୍ଡେଣ୍ଟ୍ ଆଣ୍ଡ୍‌ ଆଡ୍‌ଭୋକେଟ୍‌’ରେ ତାଲିକାଭୁକ୍ତ କରାଯାଇଥିବା ଦର୍ଶାଇଛନ୍ତି ।

ସେପଟେ ଏ ସଂକ୍ରାନ୍ତରେ ଉତ୍ତର ଦେଇ ଗଣମାଧ୍ୟମକୁ ସମୀର କହିଛନ୍ତି, ୨୦୦୮ ଜାନୁଆରିରେ ଏ ଘଟଣା ଘଟିଥିଲା । ସେତେବେଳେ ମୁଁ ଚାକିରି କରି ନ ଥିଲି । ୨୦୧୭ରେ ମୁଁ କ୍ରାନ୍ତି ରେଡ୍‌କର୍‌ଙ୍କୁ ବିବାହ କରିଥିଲି । ତେଣୁ ମୁଁ କେମିତି ଉକ୍ତ ମାମଲା ସହ ସମ୍ପୃକ୍ତ ହେଲି ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।

ସୂଚନା ମୁତାବକ, ନୱାବ ମଲିକ କ୍ରୁଜ ପାର୍ଟି ସହ ଜଡିତ ଡ୍ରଗ୍ସ ମାମଲାକୁ ଆରମ୍ଭରୁ ନକଲି ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଲଗାତର ଘେରିଛନ୍ତି । ଏହି ସମୟରେ ସମୀର ୱାଙ୍ଖଡେଙ୍କ ବାପା ମଧ୍ୟ ନୱାବ ମଲିକଙ୍କ ବାପାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

ସମୀରଙ୍କ ବାପା ଅଭିଯୋଗ କରିଛନ୍ତି ଯେ ନୱାବ ଗଣମାଧ୍ୟମରେ ତାଙ୍କ ପରିବାର ବିଷୟରେ ଭୁଲ କଥା କହିଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ, ସମୀରଙ୍କ ଭଉଣୀ ଯାସ୍ମିନ ପେଶାରେ ଜଣେ ଓକିଲ । ନୱାବଙ୍କ ଭିତ୍ତିହୀନ ଅଭିଯୋଗ ହେତୁ ଯାସ୍ମିନଙ୍କ କ୍ୟାରିୟର ନଷ୍ଟ ହୋଇଯାଇଛି ।

Share this story