ବାଲେଶ୍ବର ଛାତିଥରା ଟ୍ରେନ୍ ଦୁର୍ଘଟଣା: ‘ଭଗବାନଙ୍କ ଆଶୀର୍ବାଦରୁ ଆମକୁ ପୁର୍ନଜନ୍ମ ମିଳିଲା’

we got new life after train accident

ଓଡ଼ିଆ ଗସିପ ବ୍ୟୁରୋ : ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବାଲେଶ୍ବରଠାରୁ ୨୨ କି.ମି ଦୂର ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି ।

ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଅଞ୍ଚଳର ସୁବ୍ରତ ପାଲଙ୍କ ପରିବାର । ସୁବ୍ରତ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେଇ ପୁଅର ଚିକିତ୍ସା ପାଇଁ ଚେନ୍ନାଇ ଯାଉଥିଲେ । ସେ ଖଡ଼ଗପୁରରୁ ଚେନ୍ନାଇ ଯାଉଥିଲେ ।

ଅଧିକ ପଢ଼ନ୍ତୁ : କବଚ ନଥିବାରୁ ଘଟିଲା କି ରେଳ ଦୁର୍ଘଟଣା ? ଜାଣନ୍ତୁ କ'ଣ ଏହି କବଚ

ସୁବ୍ରତଙ୍କ କହିବା ଅନୁଯାୟୀ, ‘ବାଲେଶ୍ବର ଷ୍ଟେସନ୍ ପରେ ହଠାତ୍ ଟ୍ରେନ୍ ମଧ୍ୟରେ ଆମକୁ ଝଟ୍କା ଲାଗିଥିଲା । ଆମେ କିଛି ବୁଝିବା ପୂର୍ବରୁ ଟ୍ରେନ୍ ବଗି ଧୂଆଁ ହୋଇଯାଇଥିଲା । ଆମେ ଭାବିଥିଲୁ ଆଉ ବଞ୍ଚିବୁନି । ଏକ ଘଣ୍ଟା ପରେ ସ୍ଥାନୀୟ ଲୋକେ ଆମକୁ ଉଦ୍ଧାର କରିଥିଲେ’ ।

ସୁବ୍ରତଙ୍କ ପତ୍ନୀ ଦେବଶ୍ରୀଙ୍କ କହିବା ଅନୁଯାୟୀ, ଯେତେଦିନ ପର୍ଯ୍ୟନ୍ତ ଆମେ ବଞ୍ଚିଥିବୁ ଆମେ ଏ ଛାତିଥରା ଦୃଶ୍ୟକୁ ଭୁଲିପାରିବୁନି । ଲୋକଙ୍କର କି ବିକଳ ରଡ଼ି, ଖଣ୍ଡବିଖଣ୍ଡିତ ଶରୀର ଏବେବି ଆମେ ସେଥିରୁ ବାହାରି ପାରିନୁ । ଯଦିଓ ଆମ ସମସ୍ତଙ୍କୁ ଅଳ୍ପ ବହୁତ ଆଘାତ ଲାଗିଛି କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ଆମେ ସପରିବାର ଫେରି ଆସିଛୁ’ ।

Share this story