ଦେଖନ୍ତୁ Exclusive ଭିଡ଼ିଓ: ଲୋମ ଟାଙ୍କୁରା ଦୃଶ୍ୟ! ସଡ଼କ ଦୁର୍ଘଟଣାରୁ ସନ୍ତାନକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଲା ମାଆ

viral video of mother saving son

ଓଡ଼ିଆ ଗସିପ ବ୍ୟୁରୋ: କଥାରେ ଅଛି ମାଆଟିଏ ତାର ସନ୍ତାନ ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାଏ । ଶିଶୁଟିର ଚାରିପାଖେ ଛାଇ ଭଳି ରହି ତାକୁ ସୁରକ୍ଷା ଦେଇ ଚାଲିଥାଏ ।

ତେବେ, ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ନିଜ ଜୀବନକୁ ପାଣି ଛଡାଇ ସନ୍ତାନକୁ ସଡକ ଦୁର୍ଘଟଣାରୁ ବଞ୍ଚାଇ ଦେଉଥିବା ଦେଖିବାକୁ ମିଳୁଛି । ତାହା ପୁଣି ଏକ ବଡ ଟ୍ରକ ଚକା ତଳୁ ।

ଭାଇରାଲ ହେଉଥିବା ଏହି ଭିଡ଼ିଓଟି ରେ ବାପା, ମାଆ ଏବଂ ଏକ ଶିଶୁ ସମେତ ତିନି ଜଣ ଏକ ବାଇକ୍ ଯୋଗେ ରାସ୍ତାରେ ଯାଉଥିବା ଦେଖିବାକୁ ମିଳୁଛି । ତେବେ, ସେମାନେ ଯାଉଥିବା ସମୟରେ ବେପରୁଆ ଭାବରେ ଏକ କାର ସେମାନଙ୍କୁ ପଛରୁ ଧକ୍କା ଦିଏ ।

ଫଳରେ ମହିଳା ଜଣକ ଶିଶୁ ସହିତ ବିଚ୍ ରାସ୍ତାରେ ଖସି ପଡ଼ନ୍ତି । ଠିକ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଧୃତଗାମୀ ଟ୍ରକ୍ ସେମାନଙ୍କ ଆଡକୁ ମାଡ଼ି ଆସେ । କିଛି ସମୟ ପାଇଁ ଏକ ଭୟଙ୍କର ଦୁର୍ଘଟଣା ଘଟିବାକୁ ଯାଉଥିବା ବେଳେ ଉପସ୍ଥିତ ବୁଦ୍ଧି ଖଟାଇ ମହିଳା ଜଣକ ନିଜ ଶିଶୁକୁ ରକ୍ଷା କରି ନିଅନ୍ତି ।

ଦେଖନ୍ତୁ ଭିଡ଼ିଓ:

ଅବଶ୍ୟ ଏହା ଏକ ପୁରୁଣା ଘଟଣା ହୋଇଥିବା ବେଳେ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @viveforvids ନାମକ ଏକ ପେଜ୍ ଦ୍ୱାରା ୨୫ ଏପ୍ରିଲରେ ସେୟାର କରାଯାଇଥିଲା । ତେବେ, ଏହି ଭିଡ଼ିଓଟିକୁ ଇଂଲଣ୍ଡ କ୍ରିକେଟର୍ ଜୋଫ୍ରା ଆର୍ଚର ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ସୁଦ୍ଧା ୫୦ ଲକ୍ଷ ଲୋକ ଦେଖି ସାରିଥିବା ଜଣାଯାଇଛି ।

ହେଲେ ଆମର ଏହି ଭିଡ଼ିଓ ବିଷୟରେ ସେୟାର କରିବା ର ମାନେ ହେଉଛି ଯେ ମା' ସବୁବେଳେ ମା' ଥାଏ । ତାର ଭଲ ପାଇବା ସନ୍ତାନ ପ୍ରତି ଅତୁଟ ଥାଏ ସାରା ଜୀବନ ।

Share this story