ଉପରାଷ୍ଟ୍ରପତିଙ୍କ ଭେରିଫାୟାଡ ଆକାଉଣ୍ଟ ପ୍ରତ୍ୟାହାର କରିନେଲା ଟ୍ୱିଟର: ସୋସିଆଲ ମିଡିଆରେ ପ୍ରବଳ ସୋଦିଲେ ଭାରତୀୟ, ଭୁଲ ମାନିଲା ଆଉ ଫେରାଇଲା

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟୁଇଟର୍ ହ୍ୟାଣ୍ଡଲ୍ରୁ ‘ବ୍ଲୁ ବ୍ୟାଜ୍’ ବା ‘ ବ୍ଲୁ ଟିକ୍’ ସଙ୍କେତ ଉଠାଇ ଦେବାର କିଛି ଘଣ୍ଟା ପରେ ପୁଣି ତାହା ଲଗାଇ ଦେଇଛି ।
ଏସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ‘ଟୁଇଟର୍’ କହିଛି ଯେ, ‘ଲଗ୍ଇନ୍’ କରିବାରେ ଦୀର୍ଘ ଦିନ ବ୍ୟବଧାନ ରହିବା କାରଣୁ ‘ବ୍ଲୁ ଟିକ୍’ ଉଠିଯାଇଥିଲା । କିନ୍ତୁ, ୯.୩ ଲକ୍ଷ ଅନୁଗାମୀ ଥିବା ଉପରାଷ୍ଟ୍ରପତିଙ୍କ ସରକାରୀ ହ୍ୟାଣ୍ଡଲ୍ରେ ‘ବ୍ଲୁ ଟିକ୍’ ପୂର୍ବବତ୍ ରହିଛି । ଏହାକୁ ଉପରାଷ୍ଟ୍ରପତିଙ୍କ ସଚିବାଳୟ ପରିଚାଳନା କରିଥାଏ ।
ସୂଚନାଯୋଗ୍ୟ, ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟୁଇଟର୍ ହ୍ୟାଣ୍ଡଲ୍ରେ ୧୩ ଲକ୍ଷରୁ ଊର୍ଦ୍ଧ୍ବ ଅନୁଗାମୀ ରହିଛନ୍ତି । ‘ଟୁଇଟର୍ ହ୍ୟାଣ୍ଡଲ୍’ଟି ଅସଲି ବୋଲି ‘ବ୍ଲୁ ଟିକ୍’ ସୂଚାଇ ଥାଏ । ‘ବ୍ଲୁ ଟିକ୍’ ପାଇବାକୁ ହେଲେ ଆକାଉଣ୍ଟ୍ ଅସଲି, ଗୁରୁତ୍ବପୂର୍ଣ୍ଣ ହେବା ସହ ଏବଂ ସକ୍ରିୟ ରହିଥିବା ଆବଶ୍ୟକ ।
ସରକାରୀ କମ୍ପାନି, ବ୍ରାଣ୍ଡ୍ ଏବଂ ଲାଭରହିତ ସଂସ୍ଥାନ, ସମ୍ବାଦ ସଂସ୍ଥାନ ଏବଂ ସାମ୍ବାଦିକ, ମନୋରଞ୍ଜନ, କ୍ରୀଡ଼ା ଏବଂ ଗେମିଙ୍ଗ୍, ସାମାଜିକକର୍ମୀ, ସଂଗଠକ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କର ଆକାଉଣ୍ଟ୍ ସବୁକୁ ଟୁଇଟର୍ ଯାଞ୍ଚ କରିଥାଏ । ଯେକୌଣସି ସମୟରେ ଏବଂ ବିନା ନୋଟିସ୍ରେ ‘ଟୁଇଟର୍’ ଯେକୌଣସି ‘ଟୁଇଟର୍ ଆକାଉଣ୍ଟ୍’ରୁ ‘ଭେରିଫାଏଡ୍ ବ୍ୟାଜ୍’ ଏବଂ ‘ଭେରିଫାଏଡ୍ ଷ୍ଟାଟସ୍’ ପ୍ରତ୍ୟାହାର କରି ନେଇପାରେ ।