ଯୁବତୀଙ୍କ ଗାଡ଼ିରେ Sex...  ଆରଟିଓକୁ ନୋଟିସ୍‌ କରିଛନ୍ତି ଦିଲ୍ଲୀମହିଳା କମିଶନ

Sex number plate

ଓଡ଼ିଆ ଗସିପ ବ୍ୟୁରୋ: ଯୁବତୀଙ୍କ ଗାଡ଼ିରେ Sex । ଏମିତି ଶୁଣିଲା ବେଳୁ ଅଜବ ଲାଗୁଛି ନା ଘଟଣା ଟା ବି ସେମିତି କିଛି । ଦିଲ୍ଲୀରେ ଏକ ସ୍କୁଟିରେ ବିବାଦୀୟ ନମ୍ବର ପ୍ଲେଟ ରହିଛି । ଯେଉଁଥିରେ ରହିଛି ସେକ୍ସଶବ୍ଦ । ଯାହାକୁ ନେଇ ଆରଟିଓକୁ ନୋଟିସ୍‌ କରିଛନ୍ତି ଦିଲ୍ଲୀମହିଳା କମିଶନ ।

ଉକ୍ତ ସ୍କୁଟି ପାଇଁ ପଞ୍ଜିକୃତ ହୋଇଥିବା ନମ୍ବରକୁ ପରିବର୍ତ୍ତନ ପାଇଁ କହିଛନ୍ତି ମହିଳା କମିଶନ । ବିଶେଷ କରି ଗାଡ଼ି ନମ୍ବରରୁ sex ଶବ୍ଦ ହଟେଇବା ପାଇଁ କୁହାଯାଇଛି । ସେହି ବିବାଦୀୟ ଶବ୍ଦ ବିଶିଷ୍ଟ କେତେ ନମ୍ବର ଇସ୍ୟୁ ହୋଇଛି ତାର ଲିଷ୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲ୍ଲିୱାଲ । ଏ ବାବଦରେ ୪ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ସେ ଟ୍ରାନ୍ସପୋର୍ଟ ବିଭାଗକୁ ନୋଟିସ ଜାରି କରିଛନ୍ତି ।

ସୂଚନା ଅନୁଯାୟୀ , ଜନକପୁରୀରେ ରହୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଏକ ସ୍କୁଟି ଉପହାର ଦେଇଥିଲେ ।  ଯେଉଁ ଗାଡ଼ିରେ ନମ୍ବର ନ୍ୟୁମେରିକାଲ ସହ sex ଶବ୍ଦ ରହିଥିଲା ।  ଯାହାକୁ ନେଇ ଛାତ୍ରୀ ଜଣକ ଗାଡ଼ିଟିକୁ ବାହାରକୁ ନେବାକୁ ଲଜ୍ଜା ବୋଧ କରିଥିଲେ । ଗାଡ଼ି ନମ୍ବରକୁ ନେଇ ତାଙ୍କୁ ଅନେକ କମେଣ୍ଟ ମଧ୍ୟ ଶୁଣିବାକୁ ମିଳିଥିଲା । ବାଧ୍ୟ ହୋଇ ଯୁବତୀ ଜଣକ ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ନିୟମ ମୁତାବକ, ସାଉଥ୍‌ ଦିଲ୍ଲୀ ଆର୍‌ଟିଓ ପକ୍ଷରୁ ଗାଡ଼ିଗୁଡ଼ିକୁ DL3C ଓ DL3S ସିରିଜ୍‌ର ନମ୍ବର ଦିଆଯାଇଛି । ଏହି ଧାରାରେ ଗତ ମାସରେ DL3 SEX ସିରିଜ୍‌ର ନୂଆ ନମ୍ବରର ଆଲର୍ଟ ହୋଇଥିଲା ।

କିନ୍ତୁ ଏବେ ଏହି ସିରିଜ୍‌ ଗାଡ଼ି ମାଲିକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ଏହି ସିରିଜ୍‌ରେ ଯେଉଁ ଆଲ୍‌ଫାବେଟ୍‌ ଦିଆଯାଉଛି, ତାହା ଖୁବ୍‌ ଅଜବ । ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ । ଆଉ ଏବେ ତାର ସମାଧାନ ହୋଇଛି ।

Share this story