ଭିତରେ ଦେଖନ୍ତୁ Exclusive ଭିଡ଼ିଓ: ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର, ପେଟରୁ ମିଳିଲା ମହିଳାଙ୍କ ମୃତଶରୀର...

python digest woman

ଓଡ଼ିଆ ଗସିପ୍ ବ୍ୟୁରୋ: ଇଣ୍ଡୋନେସିଆରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଆପଣ ଭାବି ବି ପାରିନଥିବେ କାହିଁକି ନା ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଏକ ଅଜଗର ସାପ ।

ଖାଲି ଏତିକି ନୁହେଁ ସାପ ପେଟରୁ ମିଳିଛି ମହିଳାଙ୍କ ମୃତଶରୀର । ଇଣ୍ଡୋନେସିଆର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲିଟିଛି ।


ଏକ ବିଶାଳକାୟ ଅଜଗର ଜଣେ ୫୪ ବର୍ଷୀୟ ମହିଳାଙ୍କୁ ଜୀଅନ୍ତା ଗିଳିଦେଇଛି । ମହିଳା ଜଣକ ଜଙ୍ଗଲକୁ ରବର ସଂଗ୍ରହ ପାଇଁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ ।

ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମହିଳାଙ୍କ ନିଖୋଜ ନେଇ ଥାନାରେ ମାମଲା ରୁଜୁ କରିଥିଲେ । ଶେଷରେ ସ୍ଥାନୀୟ ଲୋକେ ଖୋଜାଖୋଜି ବେଳେ ଏକ ୨୨ ଫୁଟର ବିଶାଳକାୟ ଅଜଗରକୁ ଦେଖିବାକୁ ପାଇଥିଲେ ଏବଂ ସାପଟି ଗୁଡେଇ ତୁଡେଇ ହେବାର ଦୃଶ୍ୟମାନ ହୋଇଥିଲା ।

ଅଜଗରର ପେଟ ଫୁଲିଥିବାରୁ ସେ ମହିଳାଙ୍କୁ ଜୀଅନ୍ତା ଗିଳିଥିବା ସନ୍ଦେହ କରିଥିଲେ ସ୍ଥାନୀୟା ବାସିନ୍ଧା ଏବଂ ତଦନ୍ତକାରୀ ଟିମ । ଏହା ପରେ ଯେତେବେଳେ ଅଜଗରକୁ ପିଟିପିଟି ମାରିଦିଆଗଲା ଏବଂ ସାପଟିର ପେଟ କାଟିବା ପରେ ମହିଳାଙ୍କ ମୃତ୍ୟ ଦେହ ଉଦ୍ଧାର ହୋଇଛି ।

Share this story