ବେକାରୀ ଯୁବବର୍ଗଙ୍କୁ ମାସିକ ଭତ୍ତା ଦେବେ ସରକାର; ବଡ ଘୋଷଣା କଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ...

unemployed youth will get money from this scheme

ଓଡ଼ିଆ ଗସିପ ବ୍ୟୁରୋ : ଯୁବବର୍ଗଙ୍କୁ ଛତିଶଗଡ଼ ସରକାରଙ୍କ ବଡ଼ ଭେଟି । ବେକାରୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା । ବେକାରୀ ଯୁବକଙ୍କୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ସୋମବାର ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ।

ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଛତିଶଗଡ଼ ସରକାର ୨୦୨୩-୨୪ ପାଇଁ ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଯାହା ସବୁଠାରୁ ବଡ଼ ବଜେଟ୍ ବୋଲି କୁହାଯାଉଛି । ବଜେଟରେ ବିଭିନ୍ନ ବର୍ଗକୁ ଗୁରୁତ୍ୱ ଦିଆଯାଇଛି ।

ଲୋକଙ୍କ ପାଇଁ କୌଣସି ନୂତନ ଟିକସ କିମ୍ବା ଟିକସ ବୃଦ୍ଧି ବିଷୟରେ କୌଣସି ଆଲୋଚନା ହୋଇନାହିଁ । ନାଭା ରାୟପୁରରୁ ଦୁର୍ଗ ପର୍ଯ୍ୟନ୍ତ ହାଲୁକା ମେଟ୍ରୋ ସେବା ଆରମ୍ଭ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ୧୮ରୁ ୩୫ ବର୍ଷର ବେକାର ଯୁବକଯୁବତୀଙ୍କୁ ମାସକୁ ୨୫୦୦ ଟଙ୍କା ବେକାରୀ ଭତ୍ତା ଦେବାକୁ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ : ଭିଜିବ ରଙ୍ଗର ପର୍ବ ହୋଲି; ଆସନ୍ତାକାଲିଠୁ ୩ଦିନ ଯାଏ ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା!

ତେବେ ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ଅଢ଼େଇ ଲକ୍ଷରୁ କମ୍ ସେମାନଙ୍କୁ ଏହି ଭତ୍ତା ମିଳିବ । ସେହିପରି ଅଙ୍ଗନବାଡି ସହାୟିକାଙ୍କ ଭତ୍ତା ୩୫୫୦ରୁ ୫ ହଜାରକୁ ବୃଦ୍ଧି କରାଯାଇଛି । ସେହିଭଳି କୃଷି ବିଭାଗ ପାଇଁ ୧୦ହଜାର ୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଚଳିତ ବର୍ଷ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଥିବାରୁ ବଘେଲ ସରକାରଙ୍କ ଏହା ନିର୍ବାଚନୀ ବଜେଟ୍ ବୋଲି ବିରୋଧୀ କହିଛନ୍ତି ।

ବଜେଟରେ ରାୟପୁରସ୍ଥିତ ଡାକ୍ତର ବି.ଆର ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ୭୦୦ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ପାଇଁ ୮୫ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି । ରାଜ୍ୟର ଦୁର୍ଗମ ଅଂଚଳରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ସ୍ଥାପନ ପାଇଁ ବଜେଟରେ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share this story