ବିପର୍ଯ୍ୟୟ ବିପତ୍ତି ନେଇ ଆସୁଛି ମହାବାତ୍ୟା ‘ଖାନୁନ’; ପାଣିରେ ବୁଡ଼ିଯିବ କି ଏହି ସବୁ ସହର?

Typhoon Khanun lashes southern Japan and South Korea
ବିପର୍ଯ୍ୟୟ ବିପତ୍ତି ନେଇ ଆସୁଛି ମହାବାତ୍ୟା ‘ଖାନୁନ’; ପାଣିରେ ବୁଡ଼ିଯିବ କି ଏହି ସବୁ ସହର?

ଓଡ଼ିଆ ଗସିପ୍ ବ୍ୟୁରୋ: ଭୟଙ୍କର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଛି ଘୁର୍ଣ୍ଣିବାତ୍ୟା ‘ଖାନୁନ୍’ । ଚଳିତ ସପ୍ତାହରେ ଏହା ଦକ୍ଷିଣ କୋରିଆର ଦକ୍ଷିଣ ଉପକୂଳରେ ମାଡ଼ ହୋଇପାରେ। ଏସମ୍ପର୍କରେ ସୂଚନା ଜାରି କରି ପାଣିପାଗ ବିଭାଗ । ଉପକୂଳ ଅତିକ୍ରତିମ କରିବା ପରେ ଏହା ଉତ୍ତରକୋରିଆ ଆଡକୁ ମୋଡିଯାଇପାରେ ବୋଲି ଜଣାପଡ଼ିଛ। ଏହି ଘୂର୍ଣ୍ଣିବାତ୍ୟାର ପ୍ରଭାବପୁରା ଦେଶ ଉପରେ ପଡିବ। ଫଳରେ ଅନେକ ଅଞ୍ଚଳରେ ଭୀଷଣ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଏହି ଘୂର୍ଣ୍ଣିବାତ୍ୟା ଗୁରୁବାର ପୂର୍ବାହ୍ନ ୯ଟା ସୁଦ୍ଧା ଦକ୍ଷିଣ ଉପକୂଳ ସହର ଟୋଙ୍ଗୟୋଙ୍ଗ୍ ର ୩୦ କିଲୋମିଟର ପଶ୍ଚିମ ପର୍ଯ୍ୟନ୍ତ ପହଞ୍ଚିପାରେ। ଫଳରେ ବର୍ଷା ଯୋଗୁ ଦକ୍ଷିଣ କୋରିଆରେ ଭୂ-ସ୍ଖଳନ ଭଳି ପରିସ୍ଥିତି ଉପୁଜିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଶୁକ୍ରବାର ସକାଳ ସୁଦ୍ଧା ଦକ୍ଷିଣ କୋରିଆ ଦେଇ ଉତ୍ତରକୁ ବଢିପାରେ। ଫଳରେ ଶୁକ୍ରବାର ପୂର୍ବାହ୍ନ ୯ଟା ବେଳେ ବାତ୍ୟା ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟୋଙ୍ଗର ୭୦ କିଲୋମିଟର ଉତ୍ତର-ପୂର୍ବକୁପହଞ୍ଚିପାରେ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ବାତ୍ୟା ଉପକୂଳରେ ପହଞ୍ଚିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏହି ଘୂର୍ଣ୍ଣିବାତ୍ୟା ପ୍ରଭାବରେ ସାରା ଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଗେଙ୍ଗୱାନ ପ୍ରାନ୍ତର କେତେକ ସ୍ଥାନରେ ସର୍ବାଧିକ ୬୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି। ଏହି ସମୟରେ ରାଜଧାନୀ କ୍ଷେତ୍ରରେ ୮୦ ରୁ ୧୨୦ ମିଲିମିଟର ମଧ୍ୟରେ ବର୍ଷା ହୋଇପାରେ। ତେବେ ଦେଶର ଅନ୍ୟ ଅଞ୍ଚଳରେ ୨୦୦ ମିଲିମିଟରରୁ କମ୍ ବର୍ଷା ହୋଇପାରେ ବୋଲି ଅନୁମାନ କାରଯାଉଛି।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ବାତ୍ୟା ଲାଗି ଦକ୍ଷିଣ କୋରିଆର ଆଖପାଖ ଅଞ୍ଚଳ ଓ ଅଧିକାଂଶ ମହାସାଗରରେ ପ୍ରାରମ୍ଭିକ ଝଡତୋଫାନ ସତର୍କତା ଜାରି କରାଯାଇଛି। ଏହି ସତର୍କତା ବୁଧବାର ବିଳମ୍ବିତ ରାତ୍ରିରେ ଜେଜୁ ଦ୍ୱୀପ ଓ ଦକ୍ଷିଣ-ପୂର୍ବ ଉପକୂଳ ନିମନ୍ତେ ତୋଫାନ ସତର୍କତାର ପରିବର୍ତ୍ତିତ ହୋଇଯିବ। ଏହି ସମୟରେ ଦକ୍ଷିଣ ଓ ଉତ୍ତର ପ୍ରାନ୍ତ, ଜେଜୁ ଦ୍ୱୀପ ଏବଂ ନିମ୍ନ ପୂର୍ବ ଉପକୂଳ କ୍ଷେତ୍ରରେ ସର୍ବାଧିକ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି।

Share this story