ଦୁଇ ଯୁବକଙ୍କୁ ଛାତିଥରା ହତ୍ୟା, ପ୍ରଥମେ ଅପହରଣ, ତା'ପରେ କାର୍ ସହ ଜୀଅନ୍ତା ପୋଡିଦେଲେ

Two youth charred to death inside van

ଓଡ଼ିଆ ଗସିପ ବ୍ୟୁରୋ: ପ୍ରଥମେ ଅପହରଣ, ତା ପରେ ହତ୍ୟା । ତାହା ପୁଣି ଏମିତି ସେମିତି ନୁହେଁ, କାର ଭିତରେ ଭର୍ତ୍ତି କରି ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ ।

ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଭରତପୁରରେ । ୨ ଜଣ ଯୁବକଙ୍କୁ ଅପହରଣ କରିେଇ କାର ଭିତରେ ଜିଅନ୍ତା ଜାଳିଦେବା ଘଟଣା ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

ସକାଳୁ କାର ଭିତରେ ଦୁଇଟି କଙ୍କାଳ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ଏ ଘଟଣାର ଯାଞ୍ଚ କରିବା ପରେ ପୁଲିସ ଯାହା ତଥ୍ୟ ପାଇଥିଲା ତାହା ହୋସ୍ ଉଡାଇଦେଇଥିଲା ।

ପ୍ରାଣ ହରାଇଥିବା ୨ ଜଣ ଯୁବକଙ୍କୁ ପ୍ରଥମେ ଅପହରଣ କରିନେବା ପରେ ସେମାନଙ୍କୁ ଏକ କାର ଭିତରେ ପୁରାଇ ଜିଅନ୍ତା ପୋଡିଦିଆଯାଇଥିଲା । ତେବେ ମୃତ ମଧ୍ୟରୁ ଜଣଙ୍କ ନାଁରେ ଲୁଟରାଜ ମାମଲା ରହିଥିବା ଜଣାପଡିଛି ।

Share this story