୧୦ ସେକେଣ୍ଡରେ ଆସିଲା ମୃତ୍ୟୁ, ଦୁଇ ଟ୍ରେନ୍ ମଧ୍ୟରେ ଭୟଙ୍କର ଧକ୍କା, ୩୬ ମୃତ୍ୟୁ, ୮୫ ରୁ ଉର୍ଦ୍ଧ ଆହତ

Two train collided today killing more than 25 people

ଓଡ଼ିଆ ଗସିପ ବ୍ୟୁରୋ: ଗ୍ରୀସରୁ ଆସିଛି ଏକ ବଡ ଖବର । ଏଠାରେ ଦୁଇଟି ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଛନ୍ତି । ଏଥିରେ ଏବେ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ପଠାଇ ଦିଆଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଗ୍ରୀସର ସହର ଥେସାଲୋନିକି ଓ ଲାରିସା ମଧ୍ୟରେ ହୋଇଛି ।

ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ପାସେଞ୍ଜର ଟ୍ରେନ ଓ ଏକ ମାଲଗାଡି ମଧ୍ୟରେ ଧକ୍କା ହୋଇଥିଲା ।

ଏହା ଏତେ ଭୟଙ୍କର ଥିଲା ଯେ କେତେକ ବଗି ଲାଇନରୁ ବାହାରି ଯାଇଥିଲା । ଏହାସହ ୩ଟି ବଗିରେ ନିଆଁ ଲାଗିଯାଇଥିଲା ।

ପାସେଞ୍ଜର ଟ୍ରେନରେ ଥିବା ଯାତ୍ରୀ ଅଧିକ ପରିମାଣରେ ଏହାର ଶିକାର ହୋଇଥିଲେ । ଏବେ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତଦେହ ବାହାର କରାଯାଇଥିବା ବେଳେ ୮୫ରୁ ଅଧିକଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲ ପଠାଇ ଦିଆଯାଇଛି ।

ଆହତଙ୍କ ମଧ୍ୟରୁ ୨୫ ଜଣ ଗୁରୁତର ଥିବା ଜଣାପଡିଛି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Share this story

World Odia Language Conferene