ଭୂମିକମ୍ପରେ ଥରିଲା, ଅନେକ ଅଟ୍ଟାଳିକା ଭାଙ୍ଗିଲା, ୨୧ ଲୋକ ଆହତ 

Tremors felt in Delhi-NCR, J-K as 5.8 magnitude earthquake hits Afghanistan
ଭୂମିକମ୍ପରେ ଥରିଲା, ଅନେକ ଅଟ୍ଟାଳିକା ଭାଙ୍ଗିଲା, ୨୧ ଲୋକ ଆହତ 

ଓଡ଼ିଆ ଗସିପ୍ ବ୍ୟୁରୋ: ମିଳିଥିବା ସୂଚନା ମୁତାବକ ଶନିବାର ଦେଶର ଅନେକ ସ୍ଥାନରେ ଭୂକମ୍ପର‌ ଝଟକା ଅନୁଭୂତ ହୋଇଛି। ରାତି ୯.୩୧ ମିନିଟରେ ଭୂକମ୍ପର ତୀବ୍ର ଝଟକା ଦିଲ୍ଲୀ ଏନସିଆରରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଦିଲ୍ଲୀରୁ ପାକିସ୍ତାନ ଓ ଲାହୋର ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଥିଲା ବୋଲି ଜଣାପଡିଛି। ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି ।

ଶନିବାର ଦିନ ଜାମ୍ମୁ କାଶ୍ମୀରର ଭାରତର ୟୁନିଅନ୍ ଟେରିଟୋରୀରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ କମ୍ପନଗୁଡ଼ିକର ପରିମାଣ ୪.୭ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ପାକିସ୍ତାନର ଖାଇବର ପାଖ୍ଟନଖୱା ପ୍ରଦେଶ। ତେବେ ଏହି କମ୍ପନରେ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ।

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଝଟକା ଭୟରେ ଲୋକେ ଘରୁ ବାହାରି ଆସିଥିଲେ। ପାକିସ୍ତାନ, ଆଫଗାନିସ୍ତାନ ଓ ଭାରତରେ ଏକା ସହିତ ଏହି ଝଟକା ଅନୁଭୂତ ହୋଇଛି । ସେହି ଭଳି ଚୀନର ଶାଣ୍ଡୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଡିଜୋ ସହରର ପିଙ୍ଗୁଆନ୍ କାଉଣ୍ଟିରେ ୫.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ଚୀନ ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ଯେ, ରବିବାର ଦିନ ସ୍ଥାନୀୟ ସମୟ ସାଢେ ଦୁଇଟାରେ ଏହି କମ୍ପନ ଅନୁଭୂତ ହୋଇଛି।

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂକମ୍ପ ଯୋଗୁଁ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଯେଉଁଥିରେ ଅତି କମରେ ୨୧ ଜଣ ଆହତ ହୋଇଛନ୍ତି। ଏହି ଭୂକମ୍ପ କେନ୍ଦ୍ର ଡିଜୋ ସହରର ୨୬ କିଲୋମିଟର ଦକ୍ଷିଣରେ ୧୦ କିଲୋମିଟର ଗଭୀରରେ ଥିଲା। 

Share this story