ସତ ହେଲାକି ମାଳିକା ବଚନ: ପ୍ଲେନ ଚକାରେ ବସି ଯିବାକୁ ବାହାରିଥିଲେ;ମଝି ଆକାଶରୁ ଖସି ପଡିବାରୁ ହେଲା ମୃତ୍ୟୁ

Person falling from plane
ଓଡ଼ିଆ ଗସିପ ବ୍ୟୁରୋ: ଆଫଗାନିସ୍ତାନ ଛାଡିବାକୁ ଡହଳ ବିକଳ ଲୋକେ । ଏହାରି ଭିତରେ ସାମ୍ନାକୁ ଆସୁଛି ଦାରୁଣ ଚିତ୍ର । ଏବେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବେଶ ଭାଇରାଲ ହୋଇଛି । ଯେଉଁଠି ୩ ଯୁବକଙ୍କ ଜୀବନ ଯିବାର କରୁଣ ଚିତ୍ର ଦେଖିବାକୁ ମିଳିଛି । ବିମାନ ଉଡାଣ ବେଳେ ଖସିପଡିଲେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଲୋକେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ।

ଏମିତି ତରବରିଆ ଭାବେ ୩ ଯୁବକ ବିମାନ ଚଢିବାର ଘଟଣା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସୂଚନା ଥାଉକି, କାବୁଲ ବିମାନବନ୍ଦରରୁ ଯାଉଥିବା ଏକ ବିମାନରେ ଆଉ ଜାଗା ନଥିଲା । ଫଳରେ ୩ ତିନି ଜଣ ବ୍ୟକ୍ତି ଟାୟାର ଧରି ବିମାନରେ ଯିବାକୁ ପ୍ରୟାସ କରିଥିଲେ ।

କିନ୍ତୁ ଆଫଗାନିସ୍ତାନ ଛାଡିବାର ସ୍ୱପ୍ନ ସେମାନଙ୍କ ପତନ ସହିତ ଧ୍ୱଂସ ହୋଇଯାଇଥିଲା । କାରଣ ବିମାନରୁ ଖସିପଡି ଏହି ତିନି ଜଣଙ୍କର ଜୀବନ ଚାଲିଯାଇଛି । ଛାତିଥରା ଏହି ଲୋମଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ କେଉଁ ସମୟର କେଉଁ ବିମାନର ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

Share this story