ଗୋଟିଏ ଥରରେ ୧୦ ଶିଶୁକୁ ଜନ୍ମ ଦେଲେ ମହିଳା, ହାତେଇବେ ଅନେକ ରେକର୍ଡ

New born baby

ଓଡ଼ିଆ ଗସିପ ବ୍ୟୁରୋ: କିଛି ଦିନ ତଳେ ମାଲିର ଜଣେ ମହିଳା ଏକାସାଙ୍ଗରେ ୯ ଟି ଛୁଆ ଜନ୍ମ ଦେଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ତାଙ୍କ ରେକର୍ଡ଼କୁ ଆଉ ଜଣେ ମହିଳା କାଟି ଦେଇଛନ୍ତି କହିଲେ ଚଳେ । ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆର ଗୋସିୟମ୍ ଥାମାରା ସିଥୋଲ୍ ନାମକ ଜଣେ ୩୭ ବର୍ଷ ବୟସ୍କା ମହିଳା ଏକାଥରକେ ୧୦ ଟି ସନ୍ତାନ ଜନ୍ମ ଦେଇଛନ୍ତି ।

ବିଶ୍ବରେ ଏହି ଘଟଣା ପ୍ରଥମ ଥର ପାଇଁ ଘଟିଛି ବୋଲି କୁହାଯାଏ । ଯାଆଁଳା ସନ୍ତାନଙ୍କ ମା ’ଗୋସିଆମ୍ ଥାମାରା ସିଥୋଲ୍ ସାତ ପୁଅ ଏବଂ ତିନି ଝିଅଙ୍କୁ ଜନ୍ମ ଦେଇଛନ୍ତି । ତେବେ ଏସବୁ ଦେଖି ଥାମରା ସିଥୋଲ ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ପ୍ରାରମ୍ଭିକ ଯାଞ୍ଚ ସମୟରେ ଡାକ୍ତରମାନେ ୬ ଟି ପିଲା ତାଙ୍କ ପେଟରେ ରହିଥିବାର ପ୍ରକାଶ କରିଥିଲେ ।

ଥାମାରା ସିଥୋଲ ଏହି ଶିଶୁମାନଙ୍କୁ ଜୁନ୍ ୭ ତାରିଖ ରେ ପ୍ରିଟୋରିଆର ଏକ ଡାକ୍ତରଖାନାରେ ଜନ୍ମ ଦେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋସିଆମ୍ ଥାମାରା ସିଥୋଲ୍ ଦାବି କରିଛନ୍ତି ଯେ ସେ ସ୍ୱାଭାବିକ ଭାବରେ ଗର୍ଭବତୀ ହୋଇଥିଲେ, କିନ୍ତୁ ସନ୍ତାନ ପ୍ରସବ କରିବା ତାଙ୍କ ପାଇଁ ସହଜ ନଥିଲା । କାରଣ ଗର୍ଭାବସ୍ଥାରେ ତାଙ୍କ ଗୋଡରେ ବହୁତ ଯନ୍ତ୍ରଣା ଏବଂ ହୃଦଘାତ ଜନିତ ସମସ୍ୟା ଭୋଗିବାକୁ ପଡିଥିଲା ।

ତେବେ ଗୋସିଆମ୍ ଥାମାରା ସାଇଥୋଲଙ୍କ ଦାବି ଏପର୍ଯ୍ୟନ୍ତ କୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞ କିମ୍ବା ଗିନିଜ ୱାର୍ଲ୍ଡ ରେକର୍ଡ ଦ୍ୱାରା ପ୍ରମାଣିତ ହୋଇନାହିଁ । ଯଦି ତାଙ୍କ ଦାବି ସତ ହୋଇଯାଏ, ଗୋଟିଏ ଗର୍ଭଧାରଣରେ ୧୦ ଟି ଶିଶୁ ଜନ୍ମ କରିବା ଏକ ନିଆରା ବିଶ୍ୱ ରେକର୍ଡ ସୃଷ୍ଟି କରିପାରେ ।

ତେବେ ଗୋଟିଏ ଗର୍ଭଧାରଣରେ ବହୁ ସଂଖ୍ୟାରେ ସନ୍ତାନ ଜନ୍ମ କରିବାର ରେକର୍ଡ ବର୍ତ୍ତମାନ ମାଲିର ମହିଳା ହଲିମା ସିସେଙ୍କ ନାମରେ ଅଛି । ହଲିମା ସିସେ ମେ ମାସରେ ମୋରୋକୋ ଡାକ୍ତରଖାନାରେ ନଅ ଶିଶୁଙ୍କୁ ଜନ୍ମ ଦେଇଥିଲେ ।

ଏକ ବିପଦପୂର୍ଣ୍ଣ ଗର୍ଭଧାରଣର ଆଶଙ୍କା ଦେଖି ଗୋସିଆମ୍ ଥାମାରା ସିଥୋଲ୍ ଚିନ୍ତିତ ଥିଲେ, ଏବଂ ତାଙ୍କ ମନରେ ଡର ଥିଲା ଯେ ହୁଏତ ତାଙ୍କ ସନ୍ତାନମାନେ ନବଞ୍ଚିପାରନ୍ତି । ତଥାପି, ସମସ୍ତ ୧୦ ଜଣ ଶିଶୁ ସୁସ୍ଥ ଅଛନ୍ତି ଏବଂ ଆଗାମୀ କିଛି ମାସ ପାଇଁ ସ୍ବାସ୍ଥ୍ୟ ଅବସ୍ଥାରେ ବିକାଶ ପାଇଁ ଇନକ୍ୟୁଭେଟରରେ ସେମାନଙ୍କୁ ରଖାଯିବ ବୋଲି କୁହାଯାଇଛି ।

Share this story