୧୧୭ ଥର କଟିଲାଣି ଫାଇନ୍‌, ହେଲେ ଥରେ ବି ଦେଇନାହାନ୍ତି ଜରିମାନା...ଖୁଲମ୍ ଖୁଲା ଚଲାଉଛନ୍ତି ଗାଡି

traffic violation

ଓଡ଼ିଆ ଗସିପ ବ୍ୟୁରୋ: ଲୋକଙ୍କ ସୁର‍କ୍ଷା ପାଇଁ ଯାହା ନିୟମ ହେଲେ ବି ସେ ଖାତିର କରୁନାହାନ୍ତି । ଏମିତି ବି ଦେଖିବାକୁ ମିଳୁଛି ସେଥିପାଇଁ ଅନେକଙ୍କ ଜୀବନ ବି ଯାଉଚି ତଥାପି ସୁଧୁରୁ ନାହାନ୍ତି । ଆମେ କହୁଛୁ ଟ୍ରାଫିକ୍‌ ନିୟମ କଥା । ଏହାକୁ ଯେତେ କଡ଼ାକଡ଼ି କଲେ ବି ଗଳାବାଟ ଦେଇ କେଉଁଠି ନା କେଉଁଠି ଖସିଯାଉଛନ୍ତି ଲୋକେ । ହେଲେ ଆମେ ଆଜି ଏମିତି ଘଟଣା ବିଷରେ କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ତାଙ୍କୁ ଆପଣ କଣ କହିବେ ତାହା ଭାବି ପାରିବେନି ।

ହାଇଦ୍ରାବାଦ ଟ୍ରାଫିକ ପୁଲିସ ଏମିତି ଜଣେ ଗାଡି ଚାଳକଙ୍କୁ ଧରିଛି ଯାହାଙ୍କ ନାଁରେ ଏବେ ପର୍ଯ୍ୟନ୍ତ ୧୧୭ ଥର ଚାଲାଣ କଟି ସାରିଛି । ହେଲେ ଏହି ବ୍ୟକ୍ତି ଜଣକ ଏତେ ମାତ୍ରାରେ ଚାଲାଖ ଯେ, ଏତେ ଥର ଚାଲାଣ କଟିବା ପରେ ମଧ୍ୟ ପୋଲିସ୍‌କୁ ଚକମା ଦେଇ ଗାଡ଼ି ଚଳାଉଛନ୍ତି ।

ସୂଚନା ଅନୁସାରେ ୭ ବର୍ଷ ମଧ୍ୟରେ ହାଇଦ୍ରାବାଦର ଫରୀଦ ନାମକ ବ୍ୟକ୍ତିଙ୍କ ନାଁରେ ୧୧୭ ଥର ଜୋରିମାନା କାଟିବା ସହ ୩୦ ହଜାର ଟଙ୍କାର ଚାଲାଣ କଟାଯାଇଛି । କିନ୍ତୁ ସେ ଥରେ ହେଲେ ବି ଟଙ୍କା ଦେଇନାହାନ୍ତି ବରଂ ବିନା କୌଣସି ଭୟରେ ରାସ୍ତାରେ ଗାଡ଼ି ଚଳାଉଛନ୍ତି ।

ଦିନକୁ ଦନ ଦେଶରେ ଦୁର୍ଘଟଣା ସଂଖ୍ୟା ବଢୁଥିବାରୁ ଅନେକ ନିୟମ କାନୁନ୍ କରାଯାଉଛି । ଆଉ ଏପଟେ ଥରେ ନୁହେଁ ଦୁଇ ଥର ନୁହେଁ ୧୧୭ ଟ୍ରାଫିକ୍‌ ନିୟମ ଭାଙ୍ଗିବା ପରେ ମଧ୍ୟ ରାସ୍ତାରେ ଖୁଲମଖୁଲା ବୁଲୁଛନ୍ତି ଗାଡ଼ି ଚାଳକ ।

ହାଇଦ୍ରାବାଦରେ ନିୟମିତ ଟ୍ରାଫିକ ଚେକିଂ ଚାଲୁଥିବା ବେଳେ ଫରୀଦଙ୍କୁ ଧରିଛି ପୋଲିସ । ଆଉ ଗାଡିର ପଞ୍ଜୀକରଣ କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଫରୀଦଙ୍କ ନାଁ ୧୧୭ ଥର ଚାଲାଣ କଟାଯାଇଛି ଏବଂ ୨୯,୭୨୦ ଟଙ୍କାର ଜରିମାନା ଦେବାକୁ ବାକି ରହିଛି ।

ପୋଲିସ୍‌ର କହିବା ଅନୁସାରେ, ନିୟମିତ ଚେକିଂ ବେଳେ ଧରାପଡ଼ିଥିଲେ ଫରୀଦ । ଆଉ ଖୋଳତାଡ଼ କରିବା ପରେ ଜଣାପଡ଼ିଥିଲା କି ୭ ବର୍ଷ ମଧ୍ୟରେ ପୋଲିସ୍‌ ତାଙ୍କ ନାଁରେ ୧୧୭ ଥର ଚାଲାଣ କାଟିଛି । ଆଉ ତାଙ୍କ ନାଁରେ ୩୦ ହଜାର ଟଙ୍କାର ଜୋରିମାନା ମଧ୍ୟ ରହିଛି । କିନ୍ତୁ କେମିତି ସେ ଏତେ ଦିନ ଧରି ରାସ୍ତାରେ ଗାଡ଼ି ଚଳାଇପାରୁଥିଲେ ତାହା ଆଶ୍ଚର୍ଯ୍ୟର କଥା ବୋଲି ପୋଲିସ୍‌ କହିଛି । ତେବେ ପୋଲିସ୍ ଏବେ ଫରୀଦଙ୍କ ସ୍କୁଟିକୁ ଜବତ କରିବା ସହ ବକେୟା ଜୋରିମାନ ଟଙ୍କା ଆଦାୟ ହେବ ବୋଲି କହିଛି ।

Share this story