ସାବଧାନ ! ଖୁବଶୀଘ୍ର ମାଡି ଆସିବ ତୃତୀୟ ଲହର, ଆକ୍ରାନ୍ତ ସଂଖ୍ୟା ଶୁଣିଲେ ଉଡିଯିବ ହୋସ୍‌

third wave corona death

ଓଡ଼ିଆ ଗସିପ ବ୍ୟୁରୋ: କରୋନା ନାଁ ଶୁଣିଲା ବେଳୁ ଭୟ ପଶି ଯିବଣି ନା । କାହିଁକି ନା ଏବେବି କରୋନାର ପ୍ରକୋପ କମିନି । ଏବେ ବି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସୁଛି । ଲୋକେ କିନ୍ତୁ ମାନିବାକୁ ନାରାଜ । କାହିଁକିନି କିଛି ଲୋକେ ଭାବୁଛନ୍ତି କରୋନା ବୋଧେ ପଳେଇଲା । କିନ୍ତୁ ସେମିତି କିଛି ଭାବନ୍ତୁନି, ସତର୍କ ଓ ସାବାଧାନ ରୁହନ୍ତୁ ।

କାହିଁକିନା ଖୁବ୍‌ଶୀଘ୍ର ଭାରତରେ କରୋନା ଭାଇରସ୍‌ର ତୃତୀୟ ଲହର ଆସିବାକୁ ଯାଉଛି । ଗତ ଦୁଇଟି ଲହରରେ ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇିଥିଲେ ମଧ୍ୟ ତୃତୀୟ ଲହର ପ୍ରଭାବ ପାକାଇବା ନେଇ ଅନୁମାନ କରାଯାଉଛି । ଏମ୍ସର ଡାକ୍ତର ଏବଂ ମହାମାରୀ ବିଶେଷଜ୍ଞ ଡାକ୍ତର ସଞ୍ଜୟ କେ ରାୟ ଏନେଇ ସୂଚନା ଦେଇଛନ୍ତି ।

କିଛିଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ୱାର୍ଣ୍ଣିଂରେ କହିଥିଲା ଯେ, କୋଭିଡ୍‌-୧୯ର ତୃତୀୟ ଲହର ୟୁରୋପ ଏବଂ କେନ୍ଦ୍ର ଏସିଆରେ ବିଶେଷ ପ୍ରଭାବ ପକାଇବ । ଉକ୍ତ ଅଞ୍ଚଳରେ ୨୦୨୨ ଫେବୃଆରୀ ସୁଦ୍ଧା ୫ ଲକ୍ଷରୁ ଅଧିକ ମୃତ୍ୟୁ ମାମଲା ରେଜିଷ୍ଟର ହେବ ବୋଲି ଅନୁମାନ କରାଯାଉଛି ।

ଭାଇରସ୍‌ର ଖୁବ୍‌ କମ୍‌ ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ଉପରେ ଏହା ପ୍ରଭାବ ପକାଇବ ନାହିଁ । ଯାହାଫରେ ଆକ୍ରାନ୍ତଙ୍କ ସଂଖ୍ୟାରେ କିଛିଟା ହ୍ରାସ ହେବ । ଟୀକାକରଣର ପ୍ରଭାବରୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିବ ।

ଋଷ୍‌ ଏବଂ କେନ୍ଦ୍ର ଏସିଆରେ ସଂକ୍ରମଣ ଏବେ ଜାରି ରହିଛି । କିନ୍ତୁ ଫେବୃଆରୀ ସୁଦ୍ଧା ଏହା ହ୍ରାସ ପାଇବ । ଏହି ଭାଇରସ୍‌ର ପ୍ରଭାବ ଭାରତ ସମେତ ବିଭିନ୍ନ ଦେଶରେ କମ୍‌ ରହିଛି ।

ଏହାସହ ଫେବୃଆରୀ ସୁଦ୍ଧା ଏହି ଅଞ୍ଚଳରେ ୫ ଲକ୍ଷରୁ ଅଧିକ ମୃତ୍ୟୁ ରେକର୍ଡ ହୋଇପାରେ ଏବଂ ଟୀକାକରଣ ହଠାତ୍ ମୃତ୍ୟୁକୁ ରୋକିବାରେ ବିଫଳ ହେବ ।

Share this story