ହେଲିକପ୍ଟର ସହ ସେଲ୍ଫି ନେବା ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା, ବ୍ଲେଡ୍ ରେ କଟି ଦେହରୁ ଅଲଗା ହେଲା ମୁଣ୍ଡ

Taking selfie proves fatal for an officer

ଓଡ଼ିଆ ଗସିପ ବ୍ୟୁରୋ: ହେଲିକପ୍ଟର ସହ ସେଲ୍ଫି ନେବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ସରକାରୀ ଅଧିକାରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରାଖଣ୍ଡରେ । ରବିବାର ଅପରାହ୍ନରେ ହେଲିକପ୍ଟରର ପଙ୍ଖାରେ ଜଣେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ମୃତକଙ୍କ ନାଁ ଜିତେନ୍ଦ୍ର କୁମାର ସାଇନି ବୋଲି ଜଣାପଡ଼ିଛି । ସାଇନି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ । ଖବର ଅନୁଯାୟୀ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ଜିତେନ୍ଦ୍ର ସାଇନି ହେଲିକପ୍ଟର ନିକଟକୁ ସେଲଫି ନେବାକୁ ଯାଇଥିଲେ ।

ଏହି ସମୟରେ ହେଲିକପ୍ଟରର ପଛପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କଟି ଯାଇଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ୟୁଘଟିଥିଲା । ହେଲିପ୍ୟାଡରେ ଦୁର୍ଘଟଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି ।

Share this story