ଦେଖନ୍ତୁ Exclusive ଭିଡ଼ିଓ: ଫୋନ୍ ଚୋରି କରିବା ପଡ଼ିଲା ମହଙ୍ଗା! ୧୦ କିମି ଧରି ଟ୍ରେନ ଝରକାରେ ଓହଳି ରହିଲା ଚୋର, ଆଉ ତା'ପରେ…

thief stealing phone

ଓଡ଼ିଆ ଗସିପ ବ୍ୟୁରୋ: ମହଙ୍ଗା ପଡ଼ିଲା ଟ୍ରେନ ଭିତରୁ ଚୋରି କରିବା ଉଦ୍ୟମ । ଚୋର କୁ ଭିତରେ ଭିତରେ ଭାରି ଯନ୍ତ୍ରଣା ସହିବାକୁ ପଡିଛି । ଟିକେ ମନର ଇଚ୍ଛା କୁ ପୁରାଣ କରିବା ପାଇଁ ତାକୁ ଯେ ଏତେ କଷ୍ଟ ସହିବାକୁ ପଡିବ ତାହା ସେ କେବେ ଭାବିନଥିଲା ।

ଚଳନ୍ତା ଟ୍ରେନର ଝରକାରେ ଓହଳି ରହିଲେ ଯୁବକ, ଏଭଳି କିଛି ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ କିନ୍ତୁ, ବିହାର ବେଗୁସରାଇ ଠାରେ ଏଭଳି ହିଁ ଏକ ଅଭାବନୀୟ ଘଟଣା ଘଟିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବିହାରର ବେଗୁସରାଇରୁ ଯାଉଥିବା ଟ୍ରେନରେ ଜଣେ ମହିଳା ଯାଉଥିବା ବେଳେ ଏକ ଚୋର ଝରକା ବାଟେ ତାଙ୍କ ଫୋନ ଚୋରି କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ, ସେଠାରେ ଥିବା କିଛି ଲୋକେ ତାର ହାତକୁ ଧରି ପକାଇଥିଲେ ।

ଠିକ୍ ଏହି ସମୟରେ ଟ୍ରେନ ଚାଲିବା ଆରମ୍ଭ ହୋଇଯିବାରୁ ଚୋରଟି ସେହିପରି ଭାବରେ ଟ୍ରେନ ଝରକା ବାହାରେ ଝୁଲି ରହିଥିଲା । ତେବେ, ଭାଇରାଲ ହେଉଥିବା ଭିଡ଼ିଓରେ ଯୁବକ ଜଣକ 'ହାତ ମୋର ଭାଙ୍ଗି ଯିବ, ଧିରେ ଧରନ୍ତୁ...' ବୋଲି ନେହୁରା ହେଉଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ।

ତେବେ, ଏଠାରେ କହି ରଖୁଛୁ ଯେ ଯୁବକ ଜଣକ ପ୍ରାୟ ୧୦ କିମି ପର୍ଯ୍ୟନ୍ତ ଏଭଳି ଝୁଲି ରହିବା ପରେ ଆଗାମୀ ଷ୍ଟେସନ ଆସିଥିଲା ଯେଉଁଠାରେ ତାକୁ ଛାଡ଼ି ଦିଆଯାଇଥିଲା । ତେବେ ଏହି ମାମଲାରେ ପୋଲିସ କଣ ପଦକ୍ଷେପ ନେଇଛି ସେଥିନେଇ କିଛି ଜଣାପଡିନାହିଁ ।

Share this story