ଏମିତି ବି ମୃତ୍ୟୁ ଆସେ! ଜଣେ ବୁଡିଗଲା, ତାକୁ ବଞ୍ଚାଇବାକୁ ଯାଇ ଗଙ୍ଗାର ସ୍ରୋତରେ ବୁଡିଗଲେ ୬ ଭାଇ ଭଉଣୀ

six member of a family dead

ଓଡ଼ିଆ ଗସିପ ବ୍ୟୁରୋ: କଥାରେ ଅଛି ମୃତ୍ୟୁ ଯେବେ ଆସେ କାହାକୁ କହିକି ଆସିନଥାଏ । ଯେତେବେଳେ ଆସେ ଅକାଳରେ ପୁରା ପରିବାର ପୋଛି ନେଇଥାଏ । ଏହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଆପଣଙ୍କ ମନକୁ ବିଚଳିତ କରିପାରେ । ଉତ୍ତର ପ୍ରଦେଶ କାନପୁରରେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଘଟଣା ଏବେ ହଇଚଇ ସୃଷ୍ଟି କରିଛି ।

କାନପର ବିହ୍ଲୌର ସ୍ଥିତ ଗଙ୍ଗାଘାଟ ପାଣିରେ ପଶି ଫଟୋ ଉଠାଉଥିବା ସମୟରେ ପାଣିରେ ବୁଡି ଗୋଟିଏ ପରିବାରର ୬ଜଣଙ୍କ ଜୀବନ ଚାଲିଯାଇଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନଙ୍କ ସମେତ ଏସଡିଆରଏଫ୍ ଏବଂ ଗୋତାଖୋରୀର ସର୍ଚ୍ଚ ଅପରେସନ୍ ଟିମ୍ ।

ଆପଣ ଯେଉଁ ଫଟୋ ଦେଖୁଛନ୍ତି ଏହା ହେଉଛି ମୃତ୍ୟୁର କିଛି ମାତ୍ର କ୍ଷଣ ପୂର୍ବରୁ ଉଠାଯାଇଥିବା ଫଟୋ । ଯାହା ଏବେ ସ୍ମୃତି ହୋଇ ରହିଯାଇଛି ।

ସୂଚନା ମୁତାବକ, ସୌରଭ କଟିୟାରଙ୍କ ଦାଦାଙ୍କ ଦୋକାନ ଉଦଘାଟନ ହେବାର ଥିଲା । ଏଥିରେ ଯୋଗଦେବାକୁ ତାଙ୍କ ସମ୍ପର୍କୀୟ ଓ ପିଲାମାନେ ଆସିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅନୁଷ୍କା, ତନୁ, ମନୁ, ଆଂଶିକା ଓ ସୌରଭ ସମସ୍ତେ ମିଶିି ମଙ୍ଗଳବାର ଦ୍ୱିପହର ସମୟରେ ଗଙ୍ଗାଘାଟକୁ ଯାଇ ପାଣିରେ ପଶି ଫଟୋ ଉଠାଇବାକୁ ଇଚ୍ଛା କରିଥିଲେ । ବାହାରେ ରହି ଗୌରୀ ଏମାନଙ୍କ ଫଟୋ ଉଠାଇଥିଲା ।

ଠିକ୍ ଏହି ସମୟରେ ଆଂଶିକା ପାଣିରେ ବୁଡିବାକୁ ଲାଗିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ସମସ୍ତେ ଜଣକ ପରେ ଜଣେ ପାଣି ଭିତରକୁ ପଶିଯାଇଥିଲେ । ଚାହୁଁଚାହୁଁ ସମସ୍ତେ ବୁଡିଯାଇ ଗଙ୍ଗାର ସ୍ରୋତରେ ଭାସିଯାଇଥିଲେ । ରାତିରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ୫ ଜଣଙ୍କୁ ଖୋଜା ଜାରି ରହିଛି ।

Share this story