କିଛି ମିନିଟରେ ତୃତୀୟ ବିଶ୍ୱଯୁଦ୍ଧ ଜିତିଯାଇପାରେ ଋଷ !  କେମିତି ଜାଣିଛନ୍ତି ?

Russia

ଓଡ଼ିଆ ଗସିପ ବ୍ୟୁରୋ: ତୃତୀୟ ବିଶ୍ୱଯୁଦ୍ଧ ଜିତିଯିବ ଋଷ ! କଥାଟି ପୂରା ସତ ନ ହେଲେ ବି ଏମିତି ଅନୁମାନ କରାଯାଉଛି । ଋଷ ମହାକାଶରେ ଆଣ୍ଟି ସାଟେଲାଇଟ ମିସାଇଲର ପରୀକ୍ଷଣ କରିଛି । ଏହାସହ ନିଜର ସାଟେଲାଇଟକୁ ଧ୍ୱଂସ କରିଛି ।

ଏହି ଘଟଣା ସମୟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀମାନେ ଭୟଭୀତ ହୋଇଯାଇଥିଲେ । ମହାକାଶଚାରୀଙ୍କ କହିବାନୁସାରେ, ଘଣ୍ଟା ପ୍ରତି ୧୭୫୦୦ ମାଇଲ୍ ବେଗରେ ସାଟେଲାଇଟର ଭଗ୍ନାବଶେଷ ମାଡି ଆସୁଥିଲା । ନିଜକୁ ବଞ୍ଚାଇବା ପାଇଁ ସେମାନେ କ୍ୟାପସୁଲ ଭିତରକୁ ଚାଲି ଯାଇଥିଲେ ।

ନିଜର ସ୍ପେସ୍ ସୁଟ୍ ପରିଧାନ କରିଥିଲେ । ଯଦି ଏହି ଭଗ୍ନାବଶେଷ ସ୍ପେସ ସେଣ୍ଟରରେ ମାଡ ହୋଇଥାନ୍ତା ତେବେ ଭୟଙ୍କର ପରିସ୍ଥିତି ଉପୁଜିଥାନ୍ତା । ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିଲା ।

କିଛି ବିଶେଷଜ୍ଞ କହିଛନ୍ତି ଯେ, ସମସ୍ତ ଦେଶ ନିଜ ନିଜର ସାଟେଲାଇଟ ପ୍ରତି ଅତ୍ୟଧିକ ନିର୍ଭଶୀଳ ଅଟନ୍ତି । ଏହାସହ ସେମାନେ ଯୁଦ୍ଧ ଲଢ଼ିବା ସହ ଜିତି ବି ପାରିବେ । 
ଋଷର ଏପରି ଆଚରଣ ଦେଖିଲେ ସେ କିଛି ମିନିଟ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ଜିତିବ ବୋଲି ଲାଗୁଛି । ଆଗାମୀ ଯୁଦ୍ଧ ଚୀନ ଓ ଆମେରିକା ମଧ୍ୟରେ ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୟରେ ରହିଛି ଆମେରିକା ।

ଋଷ ମହାକାଶରେ ଯେଉଁ ସାଟେଲାଇଟକୁ ଧ୍ୱଂସ କରିଛି ତାହା ହେଉଚି କୋସମସ ୧୪୦୮ । ଏହାକୁ ଅତି କମରେ ୧୦ ଥର ପରୀକ୍ଷଣ କରାଯାଇଛି । କିନ୍ତୁ ପୂର୍ବରୁ ମହାକାଶରେ କୌଣସି ସାଟେଲାଇଟକୁ ଟାର୍ଗେଟ କରିବାରେ ସଫଳ ହୋଇନଥିଲା ।

କୁହାଯାଉଛି ଯେ, ଧ୍ୱଂସ କରାଯାଇଥିବା ସାଟେଲାଇଟର ଭଗ୍ନାବଶେଷ ୨୭୦ରୁ ୩୨୦ ମାଇଲ ଯାଏଁ ପଡିଛି । ଅନେକ ଦେଶର ଭବିଷ୍ୟତର ମିଶନ ଏଥିପାଇଁ ପ୍ରଭାବିତ ହୋଇପାରେ । ଏପରି ଭାବେ ଋଷ ଆମେରିକା ଓ ୟୁରୋପକୁ ପରୋକ୍ଷରେ ଚେତାବନୀ ଦେଇଛି । ଯୁଦ୍ଧ ହେଲେ ଭ୍ଲାଦିମିର ପୁଟିନ ଶତ୍ରୁ ଦେଶର ସାଟେଲାଇଟକୁ ଟାର୍ଗେଟ କରିପାରନ୍ତି ବୋଲି କେହି କେହି ବିଶେଷଜ୍ଞ ଅନୁମାନ କରୁଛନ୍ତି  । ତେବେ ଋଷ କିନ୍ତୁ ନିଜ ଭୁଲ ମାନିବାକୁ ନାରାଜ । ଏହି ପରୀକ୍ଷଣରେ କାହାର କିଛି କ୍ଷତି ହେବନି ବୋଲି ଋଷ କହିଛି ।

Share this story