କାର ଉପରେ ମାଡି ଗଲା ବସ୍: ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ମୃତ, ଦୁଇଜଣଙ୍କ ଅବସ୍ଥା ସାଙ୍ଘାତିକ ।

Road accident in Nagaur 7 killed The condition of two was critical
କାର ଉପରେ ମାଡି ଗଲା ବସ୍ : ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ମୃତ, ଦୁଇଜଣଙ୍କ ଅବସ୍ଥା ସାଙ୍ଘାତିକ ।

ଓଡ଼ିଆ ଗସିପ୍ ବ୍ୟୁରୋ: ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୭ ଜଣଙ୍କ ଜୀବନ । ଘଟଣାରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ଥାନର ନବଗଠିତ ଡିଡୱାନା-କୁଚାମନ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ମୃତାହତମାନେ ଏକ ବିବାହ ସମାରୋହରେ ସାମିଲ୍‌ ହେବା ପାଇଁ ଏକ ଭ୍ୟାନ୍ ଯୋଗେ ସିକରରୁ ନାଗପୁର ଯାଉଥିଲେ। ବାଟରେ ଯାଉଥିବା ବେଳେ ଖୁନ୍‌ଖୁନା ଥାନା ଅନ୍ତର୍ଗତ ବନ୍ଥାଡ଼ି ଗାଁ ନିକଟରେ ଭ୍ୟାନଟି ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ଦୁର୍ଘଟଣା କାହିଁକି ଘଟିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ସୂଚନାନୁସାରେ, ସିକରରୁ ନଗଉର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଖୁନଖୁନା ଅଞ୍ଚଳରେ ଘଟିଥିଲା। କାରରେ ବସିଥିବା ସମସ୍ତ ଲୋକେ ଗୋଟିଏ କଲୋନୀର ବାସିନ୍ଦା ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଆହତମାନଙ୍କୁ ଦିଡୱାନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share this story