ଋଷ ଓ ୟୁକ୍ରେନ ଯୁଦ୍ଧ ସମୟରେ ଖରାପ ଖବର, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ ! ରିପୋର୍ଟ...

ଓଡ଼ିଆ ଗସିପ୍ ବ୍ୟୁରୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ହସ୍ତଗତ ହୋଇଛି । କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଟିନଙ୍କୁ ତାଙ୍କ ବେଡରୁମରେ ଅଚେତ ଅବସ୍ଥାରେ ପାଇଥିଲେ ତାଙ୍କ ଅଙ୍ଗରକ୍ଷୀ । ଘଟଣାଟି ରବିବାର ସନ୍ଧ୍ଯାରେ ଘଟିଥିବା ଜଣାଯାଇଛି। ତେବେ ଏହି ଘଟଣା ସଂପର୍କରେ ରୁଷ ସରକାର ଔପଚାରିକଭାବେ କୌଣସି ସୂଚନା ଦେଇନାହାନ୍ତି ।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
ରୁଷର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଟେଲିଗ୍ରାମ ହାଣ୍ଡଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପୁଟିନଙ୍କ ଅଙ୍ଗରକ୍ଷୀମାନେ ତାଙ୍କ ବେଡରୁମ ଭିତରୁ କିଛି ପଡ଼ିବାର ଶବ୍ଦ ଶୁଣିବାକୁ ପାଇବା ପରେ ତୁରନ୍ତୁ ସେଠାକୁ ଯାଇଥିଲେ । ସେଠାରେ ପୁଟିନ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତାଙ୍କର ଟେବୁଲରେ ଖାଦ୍ୟ ଓ ପାନୀୟ ବିଛାଡ଼ି ହୋଇ ପଡ଼ିଥିଲା ।
ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!
ଏହା ପରେ ତୁରନ୍ତ ଡାକ୍ତରଙ୍କୁ ଡକାଯାଇଥିଲା ଓ ଡାକ୍ତମାନଙ୍କ ପରାମର୍ଶ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସୂଚନାଥାଉ କି, ୭୧ ବର୍ଷୀୟ ଏହି ନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଛି ।
ଅଧିକ ପଢ଼ନ୍ତୁ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର, ବଦଳିଲେ ୨୨୦ ଓଏଏସ୍