ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଗିରଫ ଭୟ, ଜି-୨୦ ସମ୍ମିଳନୀ ପାଇଁ ଆସିବେନି ଭାରତ, ରହିଛି ଏହି ବଡ଼ କାରଣ...
ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତା ମାସରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ । ରୁଷ୍ ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏହା ସ୍ପଷ୍ଟ କରିଛନ୍ତି ।
ଦିଲ୍ଲୀରେ ଆସନ୍ତା ମାସରେ ଜି-୨୦ର ମୁଖ୍ୟ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ,ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରି ଅନେକ ଦେଶର ମୁଖିଆମାନେ ସାମିଲ ହେବେ ।
କିନ୍ତୁ ଜି-୨୦ ବୈଠକରେ ଯୋଗ ଦେବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଆସିବେ ନାହିଁ । ଭାରତରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପୁଟିନ ଇନ ପର୍ସନ ଯୋଗ ଦେବାର କୌଣସି ଯୋଜନା ନଥିବା ଆଜି କ୍ରେମଲିନ ପକ୍ଷରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? ଜାଣନ୍ତୁ କେମିତି କରିବେ ଏହାର ଉପଚାର ?
ଜି-୨୦ ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଯୋଗ ଦେଇନପାରିବା ନେଇ କାରଣ ଦର୍ଶାଇ କ୍ରେମଲିନ ପ୍ରବକ୍ତା କହିଛନ୍ତି କି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ କାରଣରୁ ପୁଟିନ ଭାରତ ଯାଇପାରିବେ ନାହିଁ । ଏହାସହ ସ୍ପେଶାଲ ମିଲିଟାରୀ ଅପରେସନ ଉପରେ ପୁଟିନଙ୍କ ଫୋକସ ରହୁଥିବାରୁ ସେ ସେଥିରେ ବ୍ୟସ୍ତ ରହିବେ । ଏବେ ତାଙ୍କର ଫୋକସ୍ ଏକ ସ୍ୱତନ୍ତ୍ର ସୈନ୍ୟ ଅଭିଯାନ ଉପରେ ଅଛି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି କି ୟୁକ୍ରେନ ସହ ରୁଷ ଯୁଦ୍ଧ କରୁଥିବାରୁ ଅର୍ନ୍ତଜାତୀୟ ଅପରାଧୀ କୋର୍ଟ(ଆଇସିସି) ରାଷ୍ଟ୍ରପତି ପୁଟିନଙ୍କ ନାଁରେ ଗିରଫ ପରୱାନା ଜାରି କରିଛି । ତେଣୁ ବିଦେଶ ରାଷ୍ଟ୍ର ଗସ୍ତରେ ଆସିଲେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି । ତେଣୁ ସେ ଭାରତ ଆସିବେ ନାହିଁ ।
ନିକଟରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପୁଟିନ ଯୋଗ ଦେଇନଥିଲେ । ବ୍ରିକ୍ସ ସମ୍ମିଳନୀରେ ପୁଟିନ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ । ତାଙ୍କ ବଦଳରେ ରୁଷର ବୈଦେଶିକ ମନ୍ତ୍ରୀ ସେରଗେୟ ଲାଭରୋଭ ଦକ୍ଷିଣ ଆଫ୍ରିକା ଯାଇଥିଲେ ।
ଅଧିକ ପଢ଼ନ୍ତୁ: ଜ୍ୟୋତିଷଶାସ୍ତ୍ର ଅନୁସାରେ ସ୍ୱାମୀର ଏହି ଅଙ୍ଗକୁ ଚିପିଲେ ସ୍ତ୍ରୀର ହୋଇଥାଏ ସର୍ବମୋକ୍ଷ ପ୍ରାପ୍ତି, ଜାଣନ୍ତୁ କେଉଁ ଅଙ୍ଗ
ସେପଟେ ଜି -20 ଶିଖର ସମ୍ମିଳନୀ ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ସମ୍ମିଳନୀ ବିଷୟରେ ଭାରତ ସମସ୍ତ G20 ସଦସ୍ୟ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ନେତାମାନଙ୍କୁ ନିମନ୍ତ୍ରଣ ପଠାଇଥିଲା ।
ଭାରତ ଜି-୨୦ର ଅଧ୍ୟକ୍ଷତା କରୁଥିବା ବେଳେ ଏହାର ମୁଖ୍ୟ ସମ୍ମିଳନୀରେ ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏଥିରେ ୨୯ଟି ଦେଶର ମୁଖିଆଙ୍କ ସହ ୟୁରୋପ ୟୁନିୟନର ଅଧିକାରୀ, ନିମନ୍ତ୍ରିତ ଦେଶଗୁଡ଼ିକର ମୁଖ୍ୟ ଓ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ମଧ୍ୟ ଜି-୨୦ ସମ୍ମିଳନୀରେ ସାମିଲ ହେବେ ।