ରାତି ଅଧରେ ୮୮ ବର୍ଷ ବୃଦ୍ଧାଙ୍କ ଅଚାନକ୍ ବଦଳି ଗଲା ଭାଗ୍ୟ, ହୋଇଗଲେ ୫ କୋଟିର ମାଲିକ...

poor old man became rich in a day

ଓଡ଼ିଆ ଗସିପ ବ୍ୟୁରୋ: ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି । କେତେବେଳେ କାହା ଭାଗ୍ୟରେ ଲକ୍ଷ୍ନୀ ପ୍ରସନ୍ନ ହେବେ, ତାହା କେହିବି କହିପାରିବେ ନାହିଁ । ଆଉ ରାତାରାତି ବଦଳି ଯାଏ ଭାଗ୍ୟ ।

ଏମିତି କିଛି ଘଟିଛି ଜଣେ ବୃଦ୍ଧଙ୍କ ସହ । ରାତାରାତି ବୃଦ୍ଧ ଜଣକ କୋଟିପତି ହୋଇଯାଇଛନ୍ତି । ୮୮ ବର୍ଷ ବୟସରେ ବୃଦ୍ଧ ଜଣକ ୫ କୋଟି ଟଙ୍କାର ଲଟେରୀ ଜିତିଛନ୍ତି । ତାଙ୍କ ନାଁ ମହନ୍ତ ଦ୍ୱାରକା ଦାଶ । ପଞ୍ଜାବ ଡେରାବାସିରେ ତାଙ୍କ ଘର । ଗତ ୪୦ ବର୍ଷ ହେଲା ସେ ଲଟେରୀ କିଣିବା ସୌକ ରଖି ଆସିଛନ୍ତି । ଶେଷରେ ତାଙ୍କ ଭାଗ୍ୟ ବଦଳି ଯାଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବୋହୂ ଶ୍ରେୟାଙ୍କ ଧର୍ମ ପରିବର୍ତ୍ତନ ନେଇ ସଫେଇ ଦେଲେ ହ୍ୟୁମାନଙ୍କ ମାଆ, ପ୍ରଥମ ଥର ମୁହଁ ଖୋଲିଲେ ହ୍ୟୁମାନ କହିଲେ ମୋ ନିଷ୍ପତ୍ତି...

ସୂଚନା ଅନୁସାରେ, ମହନ୍ତ ଦ୍ୱାରକା ଦାଶ ଲୋହରୀ ମକର ସଂକ୍ରାନ୍ତି ବମ୍ପର ଲଟେରୀ ଜିତିଛନ୍ତି । ଗତ ଜାନୂୁୟାରୀ ୧୬ ତାରିଖରେ ଲଟେରୀ ବିଜେତାଙ୍କ ନାଁ ଘୋଷଣା ହେବା ବେଳେ ଏଥିରେ ସୌଭାଗ୍ୟଶାଳୀ ବିଜେତା ଥିଲେ ଦ୍ୱାରକା ଦାଶ । ପ୍ରଥମ ପ୍ରାଇଜ୍‌ ସୂରୁପ ତାଙ୍କୁ ୫ କୋଟି ଟଙ୍କା ମିଳିଥିଲା । ଟ୍ୟାକ୍ସ କଟିବା ପରେ ତାଙ୍କୁ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ମିଳିବ ।

ମହନ୍ତ ଦ୍ୱାରକା ଲଟେରୀ ଜିତିବା ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ସୂଚନାଥାଉ କି, ମହନ୍ତ ଦ୍ୱାରକା ଦାସ ୧୯୪୭ ମସିହାରୁ ପାକିସ୍ତାନ ଛାଡି ମାତ୍ର ୧୩ ବର୍ଷ ବୟସରେ ଭାରତ ପଳାଇ ଆସିଥିଲେ ।

ସେବେଠୁ ଭାରତରେ ତାଙ୍କ ପରିବାର ସହ ରହି ଆସୁଛନ୍ତି । ଏହାପରେ ଲଟେରୀ ଟିକେଟ୍ କିଣିବା ତାଙ୍କର ଏକ ପ୍ରକାର ନିଶା ପାଲଟି ଯାଇଥିଲା ।

Share this story