ଖୁସି ଖବର, ପୁଣି କମିଲା ପେଟ୍ରୋଲ-ଡିଜେଲ ଦର, ଭ୍ୟାଟ୍‌ ହ୍ରାସ କଲେ ରାଜ୍ୟ ସରକାର

Petrol price

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ଏକ ଖୁସି ଖବର । ପୁଣି କମିଲା ପେଟ୍ରୋଲ-ଡିଜେଲ ଦର । କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍‌ ହ୍ରାସ ହେବା ପରେ ଏବେ ବିଭିନ୍ନ ରାଜ୍ୟ ପକ୍ଷରୁ ଭ୍ୟାଟ୍‌ ହ୍ରାସ ପ୍ରକ୍ରିୟା ଜାରି ରଖିଛନ୍ତି । ଏହି କ୍ରମରେ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ ହୋଇଛି । କେଉଁଠି ଜାଣିଛନ୍ତି ।

ଓଡ଼ିଶା ନୁହେଁ ମ ଏମିତି କରିଛନ୍ତି ଛତିଶଗଡ ସରକାର । କେନ୍ଦ୍ର ସରକାର ଭ୍ୟାଟ୍‌ କମାଇବା ପରେ ବିଜେପି ଶାସିତ ରାଜ୍ୟମାନଙ୍କରେ ତୈଳ ଦର ଉପରୁ ତୁରନ୍ତ ଭ୍ୟାଟ୍‌ ହ୍ରାସ କରାଯାଇଥିଲା । ବିଳମ୍ବରେ ହେଲେ ସୁଦ୍ଧା ଏବେ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ତୈଳ ଦର ଉପରୁ ଭ୍ୟାଟ୍‌ ହ୍ରାସ କରୁଛନ୍ତି ରାଜ୍ୟ ସରକାର ।

ଏହି କ୍ରମରେ ଆଜି ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ହ୍ରାସ କରିଛନ୍ତି ଛତିଶଗଡ ସରକାର । ଭୂପେଶ ବଘେଲ ଡିଜେଲ ଉପରୁ ୨ ପ୍ରତିଶତ ଏବଂ ପେଟ୍ରୋଲ ଉପରୁ ୧ ପ୍ରତିଶତ ଭ୍ୟାଟ୍‌ କମାଇବାକୁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଛତିଶଗଡରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ ହେବା ଫଳରେ ରାଜକୋଷ ଉପରେ ପ୍ରାୟ ୧୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ । ଗତ ୧୮ ଦିନ ହେଲା ଦେଶରେ ବିଭିନ୍ନ ସ୍ଥାନରେ ତେଲ ଦର ପ୍ରାୟତ ସ୍ଥିର ରହିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲ ଦର ହ୍ରାସ ପାଇଥିଲେ ସୁଦ୍ଧା ଦେଶରେ ତେଲ ଦର ସ୍ଥିର ରହିଛି । କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୫ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୦ଟଙ୍କା ଭ୍ୟାଟ୍‌ ହ୍ରାସ କରାଯାଇଥିଲା । ଏହା ପରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ ସମେତ ଦେଶର ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ତୈଳ ଦର ଉପରୁ କର ହ୍ରାସ କରାଯାଇଥିଲା । କିନ୍ତୁ କଂଗ୍ରେସ ଶାସିତ ରାଜ୍ୟରେ ତୈଳ ଦର ହଠାତ୍‌ ହ୍ରାସ କରାଯାଇନଥିଲା ।

କେବଳ ପଞ୍ଜାବ ସରକାର ତୁରନ୍ତ ଭ୍ୟାଟ୍‌ ହ୍ରାସ କରିଥିଲେ ସୁଦ୍ଧା ରାଜସ୍ଥାନ, ଛତିଶଗଡ ଭଳି ରାଜ୍ୟରେ ଭ୍ୟାଟ୍‌ ହ୍ରାସ କରାଯାଇନଥିଲା । କିଛି ଦିନ ପୂର୍ବରୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ କରିଥିଲେ । ଏହି କ୍ରମରେ ଆଜି ଛତିଶଗଡ ସରକାର ତେଲ ଦର କମାଇଛନ୍ତି ।

Share this story