ପାକିସ୍ଥାନର ସ୍ଥିତି ଭୟଙ୍କର, ଏହି କାରଣ ପାଇଁ କାଙ୍ଗାଳ ହେଇଯାଇପାରେ...

Imran Khan

ଓଡ଼ିଆ ଗସିପ ବ୍ୟୁରୋ: ନିଜ ଅବସ୍ଥା ତ ଭଲ ନାହିଁ, ତଥାପି ନିଜ ପ୍ରକୃତି ଛାଡୁନି । ଆମେ କହୁଛୁ ପାକିସ୍ତାନ କଥା । ସେଠାରେ ସ୍ଥିତି ଭୟଙ୍କର । ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଦେଶ ଚଳାଇବାକୁ ଇମ୍ରାନ ଖାନଙ୍କ ପାଖରେ ଟଙ୍କା ନାହିଁ । ଆଉ ଋଣ ଶୁଝି ଶୁଝି କାଙ୍ଗାଳ ହେଇଯିବ ପାକିସ୍ତାନ ।

ଏବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ୩ ବିଲିୟନ ଡଲାରକୁ ନେଇ ସାଉଦି ଫଣ୍ଡ୍ ଫର୍ ଡେଭେଲପମେଣ୍ଟ୍ ସହ ଏକ ଚୁକ୍ତି କରିଛି । ନିଜ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁଧାର କରିବାକୁ ପାକିସ୍ତାନର ଷ୍ଟେଟ୍ ବ୍ୟାଙ୍କ ଏପରି ପଦକ୍ଷେପ ନେଇଛି ।

ପାକିସ୍ତାନ ସରକାରଙ୍କ କହିବାନୁସାରେ, ସାଉଦି ଫଣ୍ଡ ଫର୍ ଡେଭେଲପମେଣ୍ଟ୍ ଷ୍ଟେଟ୍ ବ୍ୟାଙ୍କ ଅପ୍ ପାକିସ୍ତାନରେ ୩ ବିଲିୟନ ଆମେରିକୀୟ ଡଲାର ଜମା କରିବ । ଏହା ଦ୍ୱାରା ସମସ୍ତ ଅର୍ଥ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ଜମା ହୋଇଯିବ ।

ରିପୋର୍ଟ ଅନୁସାରେ, ସରକାର ଏହି ଅର୍ଥରେ କେତେ ଟଙ୍କା ସୁଧ ଦେବେ ସେନେଇ କିଛି କହି ନାହାଁନ୍ତି । ସୁଧକୁ ନେଇ ପଚରା ଯାଇଥିବା ପ୍ରଶ୍ନକୁ ସରକାର ଏଡାଇ ଯାଇଥିଲେ । ସମସ୍ତ ସର୍ତ୍ତ ଗୋପନୀୟ, ଏହାର ଖୁଲାସା କରାଯିବ ନାହିଁ ବୋଲି କହିଥିଲେ ପାକିସ୍ତାନ ସରକାର ।

ପାକିସ୍ତାନ ପୂର୍ବରୁ ଚାଇନା ସମେତ, ବିଶ୍ୱବ୍ୟାଙ୍କ, ଆଇଏମଏଫ, ଆମେରିକା ଆଦି ଦେଶରୁ ଋଣ ନେଇଛି । ଏବେ ସାଉଦିଠୁ ଋଣ ନେବା ପରେ ଦେଶ କିଛି ଦିନ ପରେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରିପାରେ । କରୋନା ପାଇଁ ହୋଇଥିବା କ୍ଷତିର ଭରଣା କରିବାକୁ ପାକିସ୍ତାନ ଏପରି ପଦକ୍ଷେପ ନେଇଥିବା କହିଛି ।

Share this story