ଆଉ ଚାଲିବନି ପଡ଼ୋଶ ଚୀନ ର ସାମରିକ ଚାଲାକି: କଡ଼ା ବାଣୀ ଶୁଣାଇଲେ CDS ବିପିନ ରାବତ

CDS BIPIN RAWAT
ଓଡ଼ିଆ ଗସିପ ବ୍ୟୁରୋ: ଗଣମାଧ୍ୟମ ସହ ସାକ୍ଷାତ୍‌କାର ବେଳେ, ‘ସିଡିଏସ୍‌’ ବିପିନ ରାୱତ କହିଛନ୍ତି ଯେ, ସ୍ବଳ୍ପ ସମୟ ପାଇଁ ଚୀନ୍‌ ସୈନିକମାନଙ୍କୁ ତାଲିକାଭୁକ୍ତ କରାଯାଇଥିଲା। ସେମାନଙ୍କର ହିମାଳୟର ପାର୍ବତ୍ୟ ଅଞ୍ଚଳରେ ଲଢ଼େଇ କରିବାର ଅଭିଜ୍ଞତା ନ ଥିଲା।

ସମ୍ପ୍ରତି ବାସ୍ତବ ନିୟନ୍ତ୍ରଣ‌ ରେଖା ଅଞ୍ଚଳରେ ‘ଚାଇନିଜ୍ ପିପୁଲ୍‌ସ୍‌ ଲିବରେସନ୍ ଆର୍ମି’ର ସଦ୍ୟ କାର୍ଯ୍ୟକଳାପ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ଜେନେରାଲ୍‌ ରାୱତ୍‌ କହିଲେ, ଭାରତ ସୀମାନ୍ତରେ ବିଶେଷକରି, ୨୦୨୦ ମେ-ଜୁନ୍‌ରେ ଗଲ୍‌ୱାନ୍‌ ଓ ଅନ୍ୟ ଅଞ୍ଚଳରେ ସଂଗଠିତ ସଂଘର୍ଷ ପରେ ଚୀନ୍‌ର ସୈନ୍ୟ ମୁତୟନ କୌଶଳରେ ପରିବର୍ତ୍ତନ ଘଟିଛି। ଉନ୍ନତ ତାଲିମ ଓ ପ୍ରସ୍ତୁତି ଆବଶ୍ୟକ ବୋଲି ସଂଘର୍ଷ ପରେ ଯାଇ ସେମାନେ ଅନୁଭବ କଲେ।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୦ ଜୁନ୍‌ ୧୫ରେ ଗଲ୍‌ୱାନ୍ ଉପତ୍ୟକାରେ ତାଲିମପ୍ରାପ୍ତ ଭାରତୀୟ ସୈନ୍ୟଙ୍କ ସହ ସଂଘର୍ଷ କରି ଚୀନ୍‌ର ବ୍ୟାପକ କ୍ଷତି ହୋଇଛି। ସେମାନଙ୍କର ସୈନିକମାନେ ମୁଖ୍ୟତଃ ବେସାମରିକ ଅଞ୍ଚଳରୁ ଆସିଥିଲେ। ସେମାନଙ୍କୁ ସ୍ବଳ୍ପ ସମୟ ପାଇଁ ମୁତୟନ କରାଯିବାକୁ ତାଲିକାଭୁକ୍ତ କରାଯାଇଥିଲା। ଏହି ସବୁ ଅଞ୍ଚଳରେ ଲଢ଼େଇ କରିବା ଏବଂ ପଥୁରିଆ ଅଞ୍ଚଳରେ ଅଭିଯାନ ଚଳାଇବା ନିମନ୍ତେ ସେମାନଙ୍କର ଭଲ ଅଭିଜ୍ଞତା ମଧ୍ୟ ନ ଥିଲା।

କିନ୍ତୁ, ଭାରତୀୟ ଯବାନମାନେ ଚୀନ୍‌ ସେନାର ସମସ୍ତ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖୁଥିବାରୁ ସେ ଅଞ୍ଚଳରେ ଚଳିବାରେ ଅଭ୍ୟସ୍ତ ହୋଇଗଲେଣି ବୋଲି ସେ କହିଛନ୍ତି।

Share this story