୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ବଂଚାଇଲା ୯ବର୍ଷ ନାବାଳକର ଜୀବନ

nine year old minor rescued from borewell

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୦ ଫୁଟ୍ ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନାବାଳକ । ଉଦ୍ଧାରକାରୀ ଦଳର ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ହୋଇଛି ଉଦ୍ଧାର । ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ତାକୁ କରାଯାଇଛି ଉଦ୍ଧାର ।

ଉଦ୍ଧାରକାରୀ ଦଳ ଏକ ଲୁହା ଜାଲ ସହାୟତାରେ ପିଲାଟିକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଶନିବାର ସକାଳ ୭ଟା ବେଳେ ଜଣେ ୯ବର୍ଷର ବାଳକ ୨୦୦ ଫୁଟ୍ ଗଭୀର ଏକ ବରୋୱେଲର ଗାତ ଭିତରକୁ ଗଳିପଡିଥିଲେ । ହେଲେ ୭୦ ଫୁଟ ତଳେ ପିଲାଟି ଲାଖି ଯାଇଥିଲା ।

ଅଧିକ ପଢ଼ନ୍ତୁ : ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ୍‌, ଏତିକି ତାରିଖ ସୁଦ୍ଧା ବ୍ୟାଙ୍କରେ ଫେରାଇଦେବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ

ଖେଳୁଥିବାବେଳେ ଆଜି ସକାଳ ୭ଟାରେ ଅସାବଧାନତା ଅବସ୍ଥାରେ ସେ ଖୋଲା ନଳକୂପରେ ଖସିପଡିଥିଲା । ବାଳକକୁ ଉଦ୍ଧାର କରିବା ଲାଗି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ କରାଯାଇଥିଲା । ଲକି ଚତୁର୍ଥ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି ।

ମାମୁ ଘରକୁ ବୁଲି ଆସିଥିବାବେଳେ ଲକି ବୋରଓ୍ବେଲରେ ଖସିପଡିଥିଲା । ପ୍ରାୟ ୭୦ ଫୁଟ ଗଭୀରରେ ନାବାଳକଟି ଲାଖିଯାଇଥିଲା । ସୂଚନା ପାଇବା ପରେ ସକାଳ ୮ଟାରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ସିସିଟିଭି ମାଧ୍ୟମରେ ଲକିକୁ ଦେଖିଥିଲେ । ଏହାପରେ ସିବିଲ ଡିଫେନ୍ସ ଓ ଏନଡିଆରଏଫ ଟିମ୍ ମିଳିତ ଭାବେ ଅପରେଶନ ଆରମ୍ଭ କରି ଦୀର୍ଘ ୭ଘଣ୍ଟା ପରେ ଲକିକୁ ଉଦ୍ଧାର କରିଛନ୍ତି ।

Share this story